• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୁର୍ଲାରେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ୧ ଟଙ୍କିଆ କ୍ଲିନିକକୁ ବର୍ଷେ ପୁରିଛି । ଭଡାଘରେ ଚାଲିଛି ଏକ ଟଙ୍କିଆ କ୍ଲିନିକ । କ୍ଲିନିକ ପରିସରରେ ବସିଛନ୍ତି ଶହ ଶହ ରୋଗୀ । ଟେବୁଲ ଉପରେ ଅଛି ବିଭିନ୍ନ ପ୍ରକାରର ଔଷଧ । ଏକ ଛୋଟିଆ ରୁମ ଭିତରେ ଚାଲିଛି ରୋଗୀ ଦେଖା । ୧ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରୋଗୀ ମାନଙ୍କ ସମେତ କିଛି ଡାକ୍ତରୀ ଛାତ୍ର ଯୋଗ ଦେଇଥିଲେ । ଗତ ୧ ବର୍ଷ ମଧ୍ୟ ରେ ମୋଟ ୬,୯୩୩ ଜଣ ରୋଗୀ ଏହି ଟଙ୍କାକିଆ କ୍ଲିନିକକୁ ଆସିଥିବା କଥା କହିଛନ୍ତି ।

କ୍ଲିନିକକୁ ବର୍ଷେ ପୂରିଥିବାରୁ ବିଶେଷ ଆୟୋଜନ କରାଯାଇଥିଲା । ନଡିଆ, କଳସ ବସାଇ, ଫିତାକାଟି ବର୍ଷ ପୂର୍ତ୍ତି ପାଳନ କରାଯାଇଛି । ଏଥି ସହିତ ଆରମ୍ଭ ହୋଇଛି ଟଙ୍କିକିଆ ଔଷଧ ବିତରଣ । ବୁର୍ଲା ହସପିଟାଲରେ ମେଡିସିନ ବିଭାଗର ସହକାରୀ ପ୍ରଫେସର ଭାବେ ଚାକିରୀ କରୁଥିବା ଡାକ୍ତର ଶଙ୍କର ରାମଚନ୍ଦାନୀ ଗତବର୍ଷ ନିଜ ଉଦ୍ୟମରେ ଆରମ୍ଭ କରିଥିଲେ ଏହି କ୍ଲିନିକ । ଯେଉଁଥିରେ ରୋଗୀ ମାନଙ୍କୁ ୧ ଟଙ୍କାରେ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯାଏ । ଏହି କାମରେ ତାଙ୍କ ଡାକ୍ତର ପତ୍ନୀ ଶିଖା ରାମଚନ୍ଦାନୀ ମଧ୍ୟ ସହଯୋଗ କରୁଛନ୍ତି ।

ତେବେ ୧ ଟଙ୍କିଆ କ୍ଲିନିକରେ ୧ ଟଙ୍କିଆ ଔଷଧ ବିତରଣ ମଧ୍ୟ ଆରମ୍ଭ ହୋଇଛି । ଗତକାଲି ଠାରୁ ଜନୌଷଧୀ କେନ୍ଦ୍ରରୁ ସୁଲଭ କିଛି ଔଷଧ କିଣିକି ଆଣିବା ସହ ଆଉ କିଛି ସାମ୍ପଲ ମେଡିସିନ ମଧ୍ୟ ରଖିଛନ୍ତି ଡାକ୍ତର । ଗତ ୧ ବର୍ଷ ମଧ୍ୟରେ ୬,୯୩୩ ଜଣ ରୋଗୀ ତାଙ୍କ କ୍ଲିନିକକୁ ଆସିଥିବା କଥା ସେ କହିଛନ୍ତି ।

ସେମାନଙ୍କ ମଧ୍ୟରୁ ୪,୩୭୮ ଜଣ ଗରିବ ରୋଗୀ ଏଠାରେ ଚିକିତ୍ସିତ ହୋଇଛନ୍ତି । ଗତକାଲି ଟଙ୍କିକିଆ କ୍ଲିନିକଅକୁ ବର୍ଷେ ପୁରୁଥିବା ଅବସରରେ ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ ହୋଇଥିଲେ । କିଛି ହାଉସ ସର୍ଜନ , ସ୍ଥାନୀୟ ବୁଦ୍ଧିଜିବୀ ଓ ପୁରଣା ରୋଗୀ ବି ସାମିଲ ହୋଇଥିଲେ । ଆଗକୁ ଏହି କ୍ଲିନିକ ଦ୍ୱାରାଅଧିକରୁ ଅଧିକ ରୋଗୀ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ବୁର୍ଲାରୁ ସଂଜୟ କୁମାର ଜେନା