• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଶାରୁ ମହାରାଷ୍ଟ୍ରକୁ ମାନବ ଚାଲାଣ ? ବଲାଙ୍ଗିର ରେଲୱେ ଷ୍ଟେସନରେ ହଇଚଇ । ଟ୍ରେନ ଯୋଗେ ମାନବ ଚାଲାଣ ହେଉଥିବା ସନ୍ଦେହରେ ୧୧ ଜଣଙ୍କୁ ଉଦ୍ଧାର କରି ପଚରା ଉଚୁରା କରୁଛି ଆର.ପି.ଏଫ । ଆଜି ଏକ ଟ୍ରେନରେ ସନ୍ଦେହ ଜନକ ଅବସ୍ଥାରେ ମହାରାଷ୍ଟ୍ର ଅଂଚଳକୁ ଯାଉଥିବା ୮ ଜଣ ଯୁବତୀ, ଦୁଇ ଜଣ ନାବାଳିକା ଏବଂ ଜଣ ପୁଅକୁ ଅଟକାଇ ବଲାଙ୍ଗିର ରେଲୱେ ଥାନାକୁ ଆଣିଥିଲା ଆର.ପି.ଏଫ । ଅଟକ ୧୧ ଜଣ କୌଣସି ପ୍ରକାର ସନ୍ତୋଷ ଜନକ ଉତ୍ତର ଦେଇ ପାରୁନାହନ୍ତି ।

ମୁମ୍ୱାଇର ଏକ ମାଛ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଉଥିବା କହୁଛନ୍ତି । କିନ୍ତୁ ସେମାନଙ୍କୁ କିଏ ଏବଂ କେଉଁ ଫ୍ୟାକ୍ଟ୍ରିକୁ ନେଉଥିଲା କହିପାରୁନାହନ୍ତି । ୧୧ ଜଣ ଯାକ ଢେଙ୍କାନାଲ ଅଂଚଳର ହୋଇଥିବା ଜଣାପଡିଛି । ଆର.ପି.ଏଫ ଜିଲ୍ଲା ଶ୍ରମ ବିଭାଗ ଏବଂ ଚାଇଲଡ ଲାଇନକୁ ଖବର ଦେଇଥିଲା । ବର୍ତ୍ତମାନ ଆର.ପି.ଏଫ ଥାନାରେ ସହକାରୀ ଶ୍ରମ ଅଧିକାରୀ ଏବଂ ଚାଇଲଡ ଲାଇନ ଟିମ ତନାଘନା ତଦନ୍ତ ଜାରୀ ରଖିଛନ୍ତି ।

ପ୍ରାଥମିକ ତଦନ୍ତରୁ ମାନବ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି । ସେମାନେ ଦାଦନ ଖଟିବା ପାଇଁ ଯାଉଥିଲେ ନା ସେମାନଙ୍କ ଅନ୍ୟ କୌଣସି କାମରେ ଲଗାଇବା ନିଆ ଯାଉଥିଲା ସେ ସଂପର୍କରେ ତନାଘନା ତଦନ୍ତ ଜାରୀ ରଖିଛି । ତଦନ୍ତ ଚାଲିଥିବାରୁ କୌଣସି ଅଧିକାରୀ ମୁହଁ ଖୋଲୁନାହନ୍ତି ।