Roti Bank
ମୁମ୍ବାଇ ରୁଟି ବ୍ୟାଙ୍କ ଢାଞ୍ଚାରେ କଟକରେ ମଧ୍ୟ ଆରମ୍ଭ ହେଲା ରୁଟି ବ୍ୟାଙ୍କ। କଟକରେ ଆରମ୍ଭ ହୋଇଥିବା ରୁଟି ବ୍ୟାଙ୍କ ପାଇଁ ମୁମ୍ବାଇର ରୁଟି ବ୍ୟାଙ୍କ ସହାୟତା ମଧ୍ୟ ଯୋଗାଇ ଦେଇଛି।ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, ବିନୋଦଦାସ,ପୂର୍ବତନ ଓ ପି ଏସ୍ ସି ଅଧ୍ୟକ୍ଷ ସତ୍ୟକାମ୍ ମିଶ୍ର ,ୠଚି ଉଦ୍ୟୋଗ ମୁଖ୍ୟ ଶରତ ଚନ୍ଦ୍ର ସାହୁଙ୍କ ଭଳି କଟକର ବହୁ ବରିଷ୍ଠ ଓ ପ୍ରତିଷ୍ଠିତ ଲୋକଙ୍କ ସହାୟତାରେ ଏହି ରୁଟି ବ୍ୟାଙ୍କ ଆରମ୍ଭ ହୋଇଛି।ଗରିବ ଲୋକ ମାନଙ୍କୁ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଣ ଦେବା ଉଦ୍ଦେଶ୍ୟରେ ଏହି ରୁଟି ବ୍ୟାଙ୍କ ଆରମ୍ଭ କରାଯାଇଛି।
କଟକରେ ଆସ୍ଥା ଆଲୋକ ଟ୍ରଷ୍ଟର ବ୍ୟାନର ତଳେ ଏହି ରୁଟି ବ୍ୟାଙ୍କ କାମ କରିବ ବୋଲି ଜଣାପଡ଼ିଛି।ପ୍ରାଥମିକ ପର୍ଯ୍ୟାୟରେ କ୍ୟାନସର ହସ୍ପିଟାଲ ସହ ଶିଶୁ ଭବନ ଭଳି କିଛି ହସ୍ପିଟାଲରେ ଏହି ସେବା ଆରମ୍ଭ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।ଏହାସହ କୌଣସି ଭୋଜିରେ କିମ୍ବା ହୋଟେଲରେ ବଳକା ଖାଦ୍ୟ ସଂଗ୍ରହ କରି ଲୋକଙ୍କୁ ସ୍ୱାସ୍ଥ୍ୟକର ଢଙ୍ଗରେ ବିତରଣ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ରୁଟି ବ୍ୟାଙ୍କ ଆରମ୍ଭ ହେବା ପରେ ଉପାସରେ ରହୁଥିବା ଅନେକ ଗରିବ ଲୋକଙ୍କ ଖାଦ୍ୟ ମିଳିପାରିବ ବୋଲି ଆଶା କରାଯାଛି। କାରଣ କଟକ ପରି ସହରରେ ଅନେକ ଲୋକ ଖାଦ୍ୟ ଅଭାବରେ ରହିଥିବା ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେଣୁ ଏପରି ଏକ ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)