/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651301124.jpg)
Robbers Loot Gold Jewelleries Worth Over Rs 20 Lakh From Showroom In Konark
ରାଜ୍ୟରେ ବଢ଼ିଚାଲିଛି ଲୁଟେରାଙ୍କ ଦାଦାଗିରି । କେତେବେଳେ ଏଟିଏମ୍ ଭାଙ୍ଗି ତ ଆଉ କେତେବେଳେ ବନ୍ଧୁକ ମୁନରେ ଲୁଟିନେଉଛନ୍ତି ଲକ୍ଷାଧିକ ଟଙ୍କା । ଆଜି ମଧ୍ୟ କୋଣାର୍କରୁ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି । କୋଣାର୍କ ସ୍ଥିତ କୋଣାର୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଜୁଏଲାରୀ ଦୋକାନରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।
କୋଣାର୍କର ଏକ ଜୁଏଲାରୀ ଦୋକାନରେ ବଡ ଧରଣର ଲୁଟ୍। ସିସିଟିଭିରେ କଏଦ ହୋଇଛି ସମସ୍ତ ଦୃଶ୍ୟ #Odisha#Otvpic.twitter.com/XX7Rvz5nsf
— ଓଟିଭି (@otvkhabar) April 30, 2022
ସୂଚନା ଅନୁସାରେ,ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍ କଟର ସାହାଯ୍ୟରେ ଲକର କାଟି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ସିସିଟିଭିରେ ଲୁଟ୍ର ଲାଇଭ୍ ଭିଜୁାଲ୍ ମଧ୍ୟ କଏଦ ହୋଇଛି ।
ଏନେଇ ଜୁଏଲାରୀ ଦୋକାନ ମାଲିକ ଲକ୍ଷ୍ମୀଧର ସାହୁ କହିଛନ୍ତି, ‘ ଗତକାଲି ରାତିରେ ସିଡ଼ି ଲଗାଇ ଉପରକୁ ଉଠି ଗ୍ୟାସ୍ କଟରରେ କାଟି ଭିତରକୁ ପ୍ରବେଶ କରିଛନ୍ତି । ଭିତରେ ଥିବା ଲକର କାଟି ୨୦-୨୫ ଲକ୍ଷ ଟଙ୍କାର ସୁନା ଲୁଟିନେଇଛନ୍ତି ।’
ସିସିଟିଭିରେ ସ୍ପଷ୍ଟ ଜଣାପଡୁଛି ଯେ ପ୍ରଥମେ କିପରି ଲୁଟେରାମାନେ ଛାତ ଉପର ସିଡ଼ି ଘର ଗେଟ୍ କାଟି ସୋରୁମ ଭିତରକୁ ପ୍ରବେଶ କରୁଛନ୍ତି । ଯାହା ପରେ ଷ୍ଟ୍ରଙ୍ଗ ରୁମ୍ ଓ ଲକର କାଟି ଲୁଟ୍ପାଟ୍ ଚଳାଇଛନ୍ତି । ୪ ଲୁଟେରା ଭିନ୍ନ ଢ଼ଙ୍ଗରେ ଲୁଟ୍ପାଟ୍ କରୁଛନ୍ତି ସେହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।ଘଟମାରେ କୋଣାର୍କ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)