• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅପେକ୍ଷାର ଅନ୍ତ, ଖୁବ ଶୀଘ୍ର ରାଜଧାନୀରେ ଖୋଲିବ ଧର୍ମାନୁଷ୍ଠାନ । ସଂକ୍ରମଣ କମିବା ପରେ ଭୁବନେଶ୍ୱରରେ ଆସନ୍ତା ୧୨ ତାରିଖରୁ ଖୋଲିବ ସବୁ ଧର୍ମାନୁଷ୍ଠାନ । କୋଭିଡ୍ କଟକଣା ମଧ୍ୟରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ତେବେ ସଂପୂର୍ଣ୍ଣ ଟିକା ନେଇଥିବା ଶ୍ରଦ୍ଧାଳୁ ହିଁ ଦର୍ଶନ କରିପାରିବେ । ଦର୍ଶନ ପାଇଁ ଟିକା ପ୍ରମାଣପତ୍ର ସହ ଆଧାର କିମ୍ବା ଭୋଟର ଆଇଡି କାର୍ଡ ଦେଖାଇବାକୁ ପଡ଼ିବ ।

ସେହିପରି ଲିଙ୍ଗରାଜ ମନ୍ଦିରରେ ଥରକେ ଶହେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି । ୧୫ ବର୍ଷରୁ କମ୍ ପିଲା ଆଇଠି ପ୍ରୁଫ୍ ଦେଖାଇ ଅଭିଭାବକଙ୍କ ସହ ଧର୍ମାନୁଷ୍ଠାନ ଭିତରକୁ ଯାଇପାରିବେ । ମସଜିଦ୍/ ଚର୍ଚ୍ଚ/ଗୁରୁଦ୍ୱାରା ଗୁଡ଼ିକ ମଧ୍ୟ ଆସନ୍ତା ୧୨ରୁ ଖୋଲିବ ବୋଲି ଜଣାପଡ଼ିଛି । ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।