• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁଣି ଚମକିଲେ ଓଡ଼ିଆ ଝିଅ । ଉତ୍ତରପ୍ରଦେଶ ଆଗ୍ରାରେ ଆୟୋଜିତ ଜାତୀୟ ବରିଷ୍ଠ କ୍ରଶବୋରେ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ମାଟି ପାଇଁ ଗୌରବ ଆଣିଛନ୍ତି ରାୟଗଡ଼ାର ନେହା ପଟ୍ଟନାୟକ । ଯାହାକୁ ନେଇ ତାଙ୍କୁ ବିଭିନ୍ନ ମହୋଲାରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଉଛି । 


ରାୟଗଡ଼ା ସହରର ଏଫ୍.ସି.ଆଇ କଲୋନୀର ଅନୁ ପଟ୍ଟନାୟକ ଓ ମାଙ୍ଗା ପଟ୍ଟନାୟକଙ୍କ ଝିଅ ହେଉଛନ୍ତି ନେହା । ନେହାଙ୍କୁ ସ୍ୱାଗତ କରିବା ପାଇଁ ରାୟଗଡ଼ା ପୌର ପରିଷଦର ଅଧ୍ୟକ୍ଷ ଏମ ମହେଶ ପଟ୍ଟନାୟକ ରେଳ ଷ୍ଟେସନରେ ତାଙ୍କୁ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ । ଏହା ପରେ ସ୍ଥାନୀୟ ଲୋକେଏକ ବିରାଟ ଶୋଭା ଯାତ୍ରାରେ ନେହାଙ୍କୁ ରେଳ ଷ୍ଟେସନରୁ ଘରକୁ ପୋଛୋଡ଼ି ନେଇଥିଲେ । 


ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଆଗ୍ରା ଏୟାର ଫୋର୍ସ ଷ୍ଟେସନ ନିକଟ ସ୍ୱର୍ଣୀମ ଜୟନ୍ତୀ ପାର୍କ ଠାରେ ଇଣ୍ଡିଆନ୍ କ୍ରୋଶବୋ ସୁଟିଙ୍ଗ ଏସୋସେଶନ ଦ୍ୱାରା ଆୟୋଜିତ ବରିଷ୍ଠ ଜାତୀୟ କ୍ରୋଶବୋ ସୁଟିଙ୍ଗ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ନେହା ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ସାରା ଭାରତରୁ ମୋଟ୍ ୮୦ ଜଣ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ସମସ୍ତଙ୍କୁ ପଛରେ ପକାଇ ସ୍ଵର୍ଣ୍ଣ ପଦକ ହାସଲ କରି ଓଡିଶା ତଥା ରାୟଗଡ଼ା ମାଟିକୁ ଗୌରବ ଆଣିଛନ୍ତି ନେହା । 


କେବଳ ଏତିକି ନୁହେଁ ପୁର୍ବରୁ ମଧ୍ୟ ନେହା ଅନେକ ଶିକ୍ଷାନୁଷ୍ଠାନରେ ପୁରସ୍କୃତ ହୋଇଛନ୍ତି । ସେ ରାୟଗଡ଼ାରେ ମେଟ୍ରିକ୍ ପାସ୍ କରିବା ପରେ ଗୁଣୁପୁର ସ୍ଥିତ ଏକ ଘୋରେଇ କଲେଜରେ ଯୁକ୍ତ ଦୁଇ ପାଠପଢ଼ା ଶେଷ କରିଥିଲେ । ଏହା ପରେ ସେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଡ଼ିଗ୍ରୀ କରିବାପାଇଁ ଯାଇଥିଲେ । ସମୟରେ ସେ କ୍ରଶବୋ କୋଚିଙ୍ଗ ନେଉଥିଲେ।


ଏନେଇ ନେହାଙ୍କ ବାପା କହିଛନ୍ତି ଯେ, ଝିଅଙ୍କ ସଫଳତାକୁ ନେଇ ସେ ଅତ୍ୟନ୍ତ ଖୁସି ଅଛନ୍ତି । ଆନ୍ତର୍ଜାତୀୟ କିମ୍ବା ଅଲମ୍ପିକ୍ସ ପ୍ରତିଯୋଗିତାରେ ଯେପରି ସୁଯୋଗ ମିଳିବ ସେ ନେଇ ହାଇଦ୍ରାବାଦ କିମ୍ବା ଦିଲ୍ଲୀର ନାମି କୋଚିଙ୍ଗ ସେଣ୍ଟରରେ ନେହାଙ୍କ ନାମ ଲେଖାଇବେ । ତେବେ ଆଗାମୀ ଦିନରେ ମଧ୍ୟ ନେହା ଏହିପରି ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇବେ ବୋଲି ଆଶା ରଖିଛନ୍ତି।