• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାୟଗଡ଼ା ଅବକାରୀ ଅଧିକ୍ଷକ ଗିରଫ । ରାୟଗଡ଼ା ଅବକାରୀ ଅଧିକ୍ଷକ ନିନା ବେଉରା ଗିରଫ ହୋଇଥିବା ଜଣାପଡିଛି । ଗାଡ଼ିରେ ୬ ଲକ୍ଷ ଟଙ୍କା ନେଇ ଆସୁଥିଲା ବେଳେ ଧରିଲା ଭିଜିଲାନ୍ସ । ଖୋର୍ଦ୍ଧା ପାଖରେ ଗାଡ଼ିକୁ ପିଛା କରି ଧରିଲେ ଭିଜିଲାନ୍ସ ଟିମ୍ ଟଙ୍କା ନେଇ ନିନା ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଗିରଫ କରାଯାଇଛି ।

ସେପଟେ ନିନାଙ୍କ ମାହାଙ୍ଗା ସ୍ଥିତ ବାସଭବନ ରେଡ୍ ବେଳେ ବାଧା ଦେଖାଦେଇଛି । ନିନାଙ୍କ ସ୍ୱାମୀ ମାହାଙ୍ଗା ଥାନାରେ IIC ଭାବେ କାର୍ଯ୍ୟ କରନ୍ତି । ରେଡ୍ ସୂଚନା ପାଇବା ପରେ ସେ ଘରେ ତାଲା ମାରି ପଳାଇଥିବା ସୂଚନା ଦେଇଛି ଭିଜିଲାନ୍ସ । ଏନେଇ ବର୍ତ୍ତମାନ ମାହାଙ୍ଗା ଥାନା IICଙ୍କୁ ଭୁବନେଶ୍ୱର ଭିଜିଲାନ୍ସ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଆଇଆଇସିଙ୍କ ସହ ଯୋଗଯୋଗ କରିବାରେ ତାଙ୍କ ପତ୍ନୀଙ୍କ ଫୋନ ସହ ସମ୍ପର୍କ ନହେବାରୁ ସେ ତାଙ୍କୁ ଖୋଜିବାକୁ ଚେଷ୍ଟା ଚଲାଇଥିଲେ । ରେଡ୍ ହେଉଥିବା ଜାଣି ତାଲା ପକାଇ ଚାଲିଯିବା ଘଟଣାକୁ ଅସ୍ୱୀକାର କରିଛନ୍ତି ମାହାଙ୍ଗା ‌ଆଇଆଇସି ନିହାର ରଂଜନ ଦାସ ।