Advertisment

୪ ଘଣ୍ଟାର ଅପରେସନ୍‌ ପରେ ମଳଦ୍ୱାରରୁ ବାହାରିଲା ଶାବଳ

ଅପରେସନ୍‌ କରାଯାଇ ମଳଦ୍ୱାରରୁ ବାହାର କରାଗଲା ଶାବଳ। ଜଣେ ନାବାଳକର ମଳଦ୍ୱାର ଦେଇ ପଶି ଯାଇଥିବା ଶାବଳକୁ ଅପରେସନ କରି ସର୍ଜରୀ ବିଭାଗର ଡାକ୍ତରୀ ଟିମ୍ ଏହାକୁ ବାହାର କରିଛନ୍ତି।

ଅଦ୍ୟତନ ହୋଇଛି
Rare Operation In Berhampur Medical

Rare Operation In Berhampur Medical

Advertisment

ଅପରେସନ୍‌ କରାଯାଇ ମଳଦ୍ୱାରରୁ ବାହାର କରାଗଲା ଶାବଳ। ଜଣେ ନାବାଳକର ମଳଦ୍ୱାର ଦେଇ ପଶି ଯାଇଥିବା ଶାବଳକୁ ଅପରେସନ କରି ସର୍ଜରୀ ବିଭାଗର ଡାକ୍ତରୀ ଟିମ୍ ଏହାକୁ ବାହାର କରିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ ମେଡିକାଲରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି। 

Advertisment

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ର ଜଣେ ୧୭ ବର୍ଷୀୟ ନାବାଳକର ମଳଦ୍ୱାରରେ ଏକ ଶାବଳ ପଶି ଯାଇଥିଲା। ଗୁରୁତର ଅବସ୍ଥାରେ ନାବାଳକକୁ MKCG ମେଡିକାଲରେ ଭର୍ତ୍ତି କରାଯାଇଥିଲା। ନାବାଳକର ଅବସ୍ଥା ସଂକଟାପନ୍ନ ଥିବାବେଳେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲର ସର୍ଜରୀ ବିଭାଗ ଡାକ୍ତରଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ୫ ଜଣିଆ ଡାକ୍ତରୀ ଟିମ୍ ଓ ଆନାସ୍ଥେସିଆ ବିଭାଗର ଡାକ୍ତର ମିଶି ୩ରୁ ୪ ଘଣ୍ଟାର ଅପରେସନ କରି ଶାବଳକୁ ମଳଦ୍ୱାରରୁ ବାହାର କରିଥିଲେ।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ଶାବଳ ମାଡ଼ରେ ନାବାଳକର ଅନେକ ହାଡ଼ ଭାଙ୍ଗି ଯାଇଛି। ହେଲେ ପେଟ ଭିତରେ ଥିବା ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନଷ୍ଟ ହୋଇନାହିଁ। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ନାବାଳକ ଜଣକ ବଞ୍ଚିଯାଇଛନ୍ତି ବୋଲି ଡାକ୍ତର କହିଛନ୍ତି। ବର୍ତ୍ତମାନ ନାବାଳକ ଜଣକ ସୁସ୍ଥ ଅଛନ୍ତି। ତେବେ ୧୫ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପରେ ଶାବଳ ଦ୍ୱାରା ଶରୀର ଭିତରେ ହୋଇଥିବା ଆଘାତର ଚିକିତ୍ସା କରାଯିବ। 

Advertisment

ସୂଚନାଥାଉ କି, ଛାତ ଉପରେ କୌଣସି ନିର୍ମାଣ କାମ ଚାଲିଥିବା ବେଳେ ନାବାଳକ ଜଣକ ଖସି ପଡ଼ିବାରୁ ଏଭଳି ସ୍ଥିତି ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି ।  

MKCG Medical Rare Operation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ