/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641361562.jpg)
Viral Video
ସାଲେପୁର: ଠାକୁରାଣୀଙ୍କ ପୀଠରେ ଥିବା ଏକ ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ। କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ସାତୋରି ଗାଁରେ ଥିବା ମା’ ହାନ୍ଦୁଳାଇ ଠାକୁରାଣୀଙ୍କ ପୀଠରେ ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି। ଗତକାଲି ସନ୍ଧ୍ୟାରେ ଠାକୁରାଣୀଙ୍କ ପୀଠରେ ଥିବା ଡାହାଣ ପଟ ମାଟି ଘୋଡ଼ା ପାଟିରୁ ହଠାତ୍ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା।
ଖବର ଜଣାପଡ଼ିବା ପରେ ଏଭଳି ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଏହାପରେ ଲୋକମାନେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ। ଏନେଇ ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହୋଇଛି। ହଠାତ୍ ଠାକୁରାଣୀଙ୍କ ପୀଠରେ ଏଭଳି ଅଲୌକିକ ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସାତୋରି ଗ୍ରାମରେ ଥିବା ମା ହାନ୍ଦୁଳାଇ ଠାକୁରାଣୀ ଙ୍କ ପୀଠରେ ଠାକୁରାଣୀଙ୍କ ଡାହାଣ ପଟେ ଥିବା ମାଟି ଘୋଡ଼ା ପାଟିରୁ ଆଜି ସନ୍ଧ୍ୟାରେ ହଠାତ୍ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା। ଏହା ଜଣା ପଡ଼ିବା ପରେ ସ୍ଥାନୀୟ ଅଞ୍ଚାଳ ର ଲୋକଙ୍କ ଭିଡ଼ ଜମିବା ସହ ପୂଜାର୍ଚ୍ଚନା କରୁଛନ୍ତି। #ViralVideo#OTVpic.twitter.com/benV9YP288
— ଓଟିଭି (@otvkhabar) January 5, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)