/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690039129.jpg)
Farmer Start Farming
ହେଉ ନଥିଲା ହେଉ ନଥିଲା...ଏବେ ହେଲା ଯେ ସମସ୍ତଙ୍କର ମନ ଖୁସି କରିଦେଲା । ବର୍ଷା ନହେବାରୁ କ୍ଷେତକୁ ଦେଖିବା ପରେ ଯେଉଁ ଚାଷୀ ଭାଇ ମୁଣ୍ଡରେ ହାତ ଦେଇ ବସୁଥିଲା ଆଜି ବର୍ଷା ହେବା ପରେ ସେହି କ୍ଷେତକୁ ଦେଖି ଏବେ ହସୁଛି ଚାଷୀ ଭାଇ ।
ଢୋ ଢୋ ବର୍ଷା ହେଉଛି । ରୁଆ-ପୋତା କାମରେ ବ୍ୟସ୍ତ ଅଛି ଚଷା ପୁଅ । କାରଣ ଶ୍ରାବଣ ଅଧା ହେଲାଣି, ହାତରେ ସମୟ କମ୍ ରହିଛି । ତେଣୁ ତରତର ହୋଇ କାମରେ ବ୍ୟସ୍ତ ଚାଷୀ ଭାଇ । ବର୍ଷା ହେବାରୁ ଏବେ ବେଶ୍ ଆନନ୍ଦିତ ସୁନ୍ଦରଗଡ ଜିଲ୍ଲା ବଣାଇର ଚାଷୀ ।
କଥାରେ ଅଛି ଚାଷ ତରତର ବଣିଜ ମଠ । ସେଇଥି ପାଇଁ ତ ସକାଳ ହେବା ମାତ୍ରେ ବିଲରେ କାମ କରିବାକୁ ବାହାରିଯାଉଛନ୍ତି ସେମାନେ । କିଏ ବଳଦରେ ହଳ କରୁଛି ତ ଆଉ କିଏ ଟ୍ରାକ୍ଟରରେ । ହେଲେ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, କେମିତି ସଅଳ ବିଲରେ ଚାଷ ଆରମ୍ଭ ହେବ ଆଉ ଅମଳ ଭଲ ହେବ । ବର୍ଷା ହେବାରୁ ସିନା ଚାଷୀମାନେ ଚାଷ ଆରମ୍ଭ କରିଦେଲେ କିନ୍ତୁ ଆଗାମୀ ଦିନରେ ଯଦି ଭଲରେ ବର୍ଷା ନହୁଏ ତେବେ ସ୍ଥିତି ପୂରା ଖରାପ ହେବା ସହିତ ଲୋନ୍ ଟଙ୍କା ସୁଝିବା କଷ୍ଟରେ ହେବ ବୋଲି କହିଛନ୍ତି ଲୋକେ ।
ଏସନ ବର୍ଷା ଆସିବାରେ ବିଳମ୍ବ ହୋଇଛି । ଚାଷୀ ଭାଇମାନେ ବି ଅନେକ ସମସ୍ୟାର ସାମ୍ନା କରିଛନ୍ତି । ହେଲେ ଏମିତି ସ୍ଥିତିରେ ବର୍ଷା ଆସିଥିବାରୁ ଖୁସିରେ ଚାଷ କାମରେ ବ୍ୟସ୍ତ ଅଛନ୍ତି ଚାଷୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)