• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅଳ୍ପକେ ବର୍ତ୍ତିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କୋଣାର୍କରେ ଯୋଗ ଦିବସ ପାଳନ କରି ଫେରିବାବେଳେ ମନ୍ଦିର ସାମନାରେ ଥିବା ତୋରଣଟି ବୈଷ୍ଣବଙ୍କ ଗାଡ଼ି ଉପରେ ଖସି ପଡ଼ିଥିଲା । ସୌଭାଗ୍ୟବଶତଃ ମନ୍ତ୍ରୀ ଗାଡ଼ିରେ ନଥିଲେ ତେବେ ଗାଡ଼ିର ଉପରି ଭାଗ ଚେପା ହୋଇଯାଇଛି । ତେବେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ନିମ୍ନମାନର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି ।

ସେପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନ ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି । ପ୍ରସ୍ତାବିତ ନବକଳେବର ପାଇଁ ଆଜି ବୈଷ୍ଣବ ପୁରୀ ଷ୍ଟେସନରେ ପହଞ୍ଚି ବୁଲି ଦେଖିଛନ୍ତି । ବର୍ତ୍ତମାନର ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପୁରୀ ସ୍ୱତନ୍ତ୍ର ପ୍ଲାନ ଓ ଡିଜାଇନକୁ ଦେଖିଛନ୍ତି । ଏହାସହ ଏଥିରେ କିଛି ପରିବର୍ତ୍ତନ ନେଇ ସେ ଆଲୋଚନା ମଧ୍ୟ କରିଛନ୍ତି । ଯାତ୍ରୀଙ୍କ ସୁରକ୍ଷା, ଶୃଙ୍ଖଳିତ ଗମନାଗମନ, ଆନୁଷଙ୍ଗିକ ବ୍ୟବସ୍ଥା ଓ ଟ୍ରେନ ଚଳାଚଳ ସମୟରେ ଯେମିତି କିଛି ବାଧା ନ ଉପୁଜିବ ତାହାକୁ ସେ ଗୁରୁତ୍ୱ ଦେଇଛନ୍ତି ।ନବକଳେବର ପ୍ରୋଜେରେ ଅତ୍ୟାଧୁନିକ ପ୍ଲାଟଫର୍ମ, ସ୍ୱତନ୍ତ୍ର ବସିବା ସ୍ଥାନ, ଏସ୍କାଲେଟର, ଡରମାଟାରୀ, ପୋଲିସ ଥାନା ଓ ଇଲେକ୍ଟ୍ରିକାଲ କାର, ଫୁଡ୍ ଜୋନ୍, ପର୍ଯ୍ୟଟକ ସୂଚନା କେନ୍ଦ୍ରଅଗ୍ନିଶମ ବ୍ୟବସ୍ଥା, ଡାକ୍ତରଖାନା ଓ ପ୍ରତୀକ୍ଷାଳୟ ଆଦି ରହିବ ।

ଅନ୍ୟପଟେ ପୁରୀରେ ଆାୟୋଜିତ ଅନ୍ତର୍ଜାତୀୟ ଯୋଗଦିବସରେ କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ସାମିଲ ହୋଇ ଯୋଗ କରିଛନ୍ତି । ଏହି ଅବସରରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଯୋଗ ଦେଇଥିଲେ । ଏହି ଯୋଗ ଶିବିରର ପୁରୀର ବଭିନ୍ନ ବିଦ୍ୟାଳୟ , ମହାବଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ , ସହରର ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ଯୋଗ ପ୍ରେମୀ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେଙ୍କ ଉପସ୍ଥିତିରେ ହଜାର ହଜାର ଯୋଗ ପ୍ରେମୀ ଯୋଗାଭ୍ୟାସ କରିଥିଲେ ।