/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637936044.jpg)
Queen Elizabeth is searching a helper writer at Buckingham palace
ଇଂଲଣ୍ଡର ମହାରାଣୀ ରାଣୀ ଏଲିଜାବେଥ୍ ଦ୍ୱିତୀୟ, ଆଜିକାଲି ନିଜ ପାଇଁ ଚିଠି ଲେଖିବାକୁ ଜଣେ ବ୍ୟକ୍ତି ଖୋଜୁଛନ୍ତି। ବକିଙ୍ଗହମ୍ ପ୍ୟାଲେସ୍ରେ ଖାଲି ଥିବା ଏହି ପଦବୀ ପାଇଁ ଆବେଦନ କରିବାକୁ କୌଣସି ଯୋଗ୍ୟତାର ଆବଶ୍ୟକ ନାହିଁ। ରାଜପ୍ରାସାଦ ଦ୍ୱାରା ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ରାଣୀ ଏଲିଜାବେଥ୍ ଏହି ଚିଠି ଲେଖୁଥିବା ବ୍ୟକ୍ତିଙ୍କୁ ୨୨,୮୩,୯୫୩ ଟଙ୍କା ଦରମା ଦେବେ।
ଏହି ରାଜକୀୟ ଭୂମିକା ଆପଣଙ୍କୁ କେବଳ ମହାମହିମଙ୍କ ପାଇଁ କାମ କରିବାର ସୁଯୋଗ ଦେବ ନାହିଁ ବରଂ ଦୁନିଆର ଅନ୍ୟତମ ଗ୍ଲାମରସ୍ ଏବଂ ପ୍ରତିଷ୍ଠିତ କାର୍ଯ୍ୟାଳୟ ବକିଙ୍ଗହମ୍ ପ୍ୟାଲେସ୍ରେ ରହିବାର ସୌଭାଗ୍ୟ ପ୍ରଦାନ କରିବ। ଆମେ ପ୍ରକାଶଥାଉ ଯେ ରୟାଲ ହାଉସକୁ ସାରା ବିଶ୍ୱର ପ୍ରଶଂସକଙ୍କ ଠାରୁ ପ୍ରତିବର୍ଷ ହଜାର ହଜାର ଚିଠି ଆସିଥାଏ। ଏହି ସବୁ ଚିଠିର ଉତ୍ତର ଦେବାରେ ସହଯୋଗ କରିବା ପାଇଁ ରାଣୀ ଆସିଷ୍ଟାଣ୍ଟ ସମ୍ବାଦଦାତା ଅଧିକାରୀ ଖୋଜୁଛନ୍ତି।
ରୟାଲ ଫ୍ୟାମିଲିର ଆଦର୍ଶ ଅନୁସାରେ ଆସୁଥିବା ସବୁ ଚିଠି ଏକ ବିଚାରଶୀଳ ଓ ସମୟାନୁବର୍ତ୍ତୀ ପ୍ରତିକ୍ରିୟା ପାଇବାକୁ ଯୋଗ୍ୟ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଯିଏ ରାଜପ୍ରାସାଦରେ ଏହି ପଦବୀରେ ନିଯୁକ୍ତି ହେବ ତାକୁ ବିଳମ୍ବ ନ କରି ରାଣୀଙ୍କୁ ଦିଆଯାଇଥିବା ଏହି ଚିଠିର ଉତ୍ତର ତୁରନ୍ତ ଦେବାକୁ ପଡିବ। ଏଭଳି ବ୍ୟକ୍ତି ଯିଏ ଚାକିରି ପାଇବାକୁ ଭାଗ୍ୟଶାଳୀ ହେବେ ସେ ପ୍ରଶଂସକଙ୍କ ଦ୍ୱାରା ରାଣୀଙ୍କ ପାଖକୁ ଆସୁଥିବା ସାମାନ୍ୟ ପ୍ରଶ୍ନର ମଧ୍ୟ ଉତ୍ତର ଦେବାକୁ ସମର୍ଥ ହେଉଥିବେ। ଏହି ପଦବୀରେ ଯିଏ ରହିବ ତା’ର ଏହା ଗୁରୁ ଦାୟିତ୍ୱ ହେବ।
ବିନା ଯୋଗ୍ୟତାରେ ଚାକିରି, ଦରମା ୨୨ଲକ୍ଷରୁ ଅଧିକନିଯୁକ୍ତିର ଏହି ବିଜ୍ଞାପନରେ ଦର୍ଶାଯାଇଛି ଯେ କର୍ମଚାରୀ 'ରୟାଲ ହାଉସ୍ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ'କୁ ସମର୍ଥନ କରିବାରେ ସହଯୋଗ କରିବେ। ରାଜଭବନର ଏହି ପୂର୍ଣ୍ଣକାଳୀନ କାର୍ଯ୍ୟ ଫେବୃଆରୀ ୨୦୨୨ ରୁ ଫେବୃଆରୀ ୨୦୨୩ ପାଇଁ ଏକ ବର୍ଷର ସ୍ଥିର ଅବଧିର ଚୁକ୍ତି ହେବ। ରୟାଲ୍ ହାଉସରେ କାମ କରିବାର ଅନ୍ୟାନ୍ୟ ଫାଇଦା ଭିତରେ ୩୩ ଦିନର ଛୁଟି, ତାଲିମ ଏବଂ ଏକ ପେନ୍ସନ୍ ଯୋଜନା ମଧ୍ୟ ରହିଛି। ଏହି ପଦବୀ ପାଇଁ ଆବେଦନର ଶେଷ ତାରିଖ ୨୦୨୧, ଡିସେମ୍ବର ୫ ପର୍ଯ୍ୟନ୍ତ ରହିଛି। ତେଣୁ ଯଦି ଆପଣ ଆଗାମୀ ଗୋଟିଏ ବର୍ଷକୁ ଇଂଲଣ୍ଡର ରୟାଲ ପ୍ୟାଲେସରେ ବିତାଇବାକୁ ଚାହୁଁଛନ୍ତି ତେବେ ଯଥାଶୀଘ୍ର ଆବେଦନ କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)