Advertisment

ପୁରୀରେ ରାତି ଅଧିଆ GPR ସର୍ଭେ !

ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
GPR survey conducted at midnight

GPR survey conducted at midnight

ଲୁଚା ଛପା ଓ ରାତି ଅଧିଆ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର GPR ସର୍ଭେ। OBCC ଚଞ୍ଚକତା କରି ରାତି ଅଧରେ GPR ସର୍ଭେ କରୁଥିବା ଅଭିଯୋଗ ହୋଇଛି। ଫଳରେ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛି ପ୍ରଶାସନ। ରାତି ୧୨ଟା ପରେ କିଛି ବ୍ୟକ୍ତି ଶ୍ରୀମନ୍ଦିରର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ କିଛି ମେସିନ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏମାର ମଠ ଜାଗାରେ ବି ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଥିଲା।

Advertisment

ଖୋଳତାଡ଼ରେ ନିୟୋଜିତ ଅଧିକାରୀଙ୍କୁ ପଚରାଉଚରା ପରେ ଏହା GPR ସର୍ଭେ ବୋଲି ଜଣା ପଡିଥିଲା। ଯେଉଁ ମେସିନ ଜରିଆରେ ସର୍ଭେ କରାଯାଉଥିଲା, ତାହା GPRS  ମେସିନ ବୋଲି ଜଣାପଡ଼ିଥିଲା। ଏନେଇ ନିୟୋଜିତ ଅଧିକାରୀଙ୍କୁ ପଚାରିବା ପରେ ସେ କହିଛନ୍ତି, ଓବିସିସି ଚିଠି କ୍ରମେ ଗୁଜରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି। ଜିଓକାର୍ଟ ରାଡାର ଟେକ୍ନୋଲଜି ପ୍ରାଇଭେଟ ଲିମିଟେଡ଼ ଜରିଆରେ ଏହି ସର୍ଭେ କରାଯାଉଛି।

ଗୁଜରାଟ ଆଇଆଇଟିକୁ ୪ ଦିନରେ ଏହି ସର୍ଭେ କରି ଦେବାକୁ OBCC କହିଥିଲା। ଏପରିକି ରାତିରେ ଏହି ସର୍ଭେ କରିବାକୁ ନିର୍ଦ୍ଦେଶ ମଧ୍ୟ ଥିଲା ବୋଲି ଜଣାପଡ଼ିଛି। ଏସବୁ ଭିତରେ ୨ ଦିନ ସର୍ଭେ କାମ ସରିଛି। ବାକି ୨ ଦିନ ସର୍ଭେ ପରେ ରିପୋର୍ଟ ଦିଆଯିବାର ସୂଚନା ମିଳିଛି। 

Advertisment

ସୂଚନା ଥାଉ  କି, ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ବିଚାରାଧୀନ ରହିଛି।  ASI ତାର ଜଏଣ୍ଟ ଇନ୍ସପେକ୍ସନ ରିପୋର୍ଟରେ ତଥ୍ୟ ଦେଇଛି ଯେ, GPR ସର୍ଭେ ହୋଇ ନାହିଁ। ସେଠି କୋର୍ଟରେ କ’ଣ ଦାଖଲ କରିବା ପାଇଁ ଏଭଳି ରାତି ଅଧିଆ GPR ସର୍ଭେ କରାଯାଉଛି ଯାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖବର ଲେଖାଯିବା ସୁଦ୍ଧା ପ୍ରଶାସନ ଓ ASI ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। 

ASI Puri Srimandir Puri Srimandir Heritage Corridor Project Row GPR Survey
Advertisment
Advertisment