/odishatv-khabar/media/post_attachments/uploadimage/library/16_9/16_9_0/tapaswini_1639903404.jpg)
tapaswini
ବ୍ରହ୍ମପୁର( ଅଶୋକ ବ୍ରହ୍ମା) : ତପସ୍ୱିନୀ -ସୁମିତ ପାରିବାରିକ କଳହରେ ସମାଧାନ ହେବ କଣ ବିବାଦ ଅଧିକ ଜଟିଳ ହେଉଛି । ତିନି ଦିନ ଧରି ସୁମିତଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ତପସ୍ୱିନୀ ଦାସ । ଆଜି ସୁମିତଙ୍କ ଘର ବାହାରେ ହିଁ ରୋଷେଇ କରିଛନ୍ତି । କାଠ ଚୁଲିରେ ରୋଷେଇ କରି ସେଠି ହିଁ ଡେରା ଦେଇଛନ୍ତି । ଘର ସାମ୍ନାରେ ଏକ ଅସ୍ଥାୟୀ କ୍ୟାମ୍ପରେ ଶୀତ କାକରରେ ବସି ରହିଛନ୍ତି । କୋର୍ଟରେ ମାମଲା ଚାଲିଥିବାରୁ ଏହି ସମୟରେ ତାଙ୍କ ପାଖରେ ରହିବାକୁ ସ୍ଥାନ ନଥିବାରୁ ସେ ଶ୍ୱଶୁର ଘର ସମ୍ମୁଖରେ ବସି ରହିଛନ୍ତି ।
ତେବେ ଶାଶୂଘର ଲୋକ ମନଇଚ୍ଛା କାହାଣୀ ଲେଖୁଛନ୍ତି ବୋଲି କହିଛନ୍ତି ତପସ୍ୱିନୀ । ହାସ୍ୟାସ୍ପଦ କାରଣ ଦର୍ଶାଇ ସ୍ୱାମୀ ଡିଭୋର୍ସ ପିଟିସନ୍ ଫାଇଲ କରିଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବାହାରେ ବସିବେ ତପସ୍ୱିନୀ । ସ୍ୱାମୀ ଛାଡ଼ପତ୍ର ଆବେଦନ କରିଥିଲେ ସୁଦ୍ଧା ଅର୍ଡର ନଆସିବା ପର୍ଯ୍ୟନ୍ତ ମିଶିକି ରହିବା ପାଇଁ ଚାହୁଁଛନ୍ତି । ଏହାସହ ଡିଭୋର୍ସ ପିଟିସନ୍ରେ ସୁମିତ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତପସ୍ୱିନୀ । ସପିଂ କରିବାକୁ ଯାଇଥିବା ବେଳେ ସ୍ତ୍ରୀ ଘରକୁ ପଳାଇଥିଲା, ଯେତେ ଡାକିଲେ ସୁଦ୍ଧା ଆସିଲାନି । ଆଉ ସେହି ଆଧାରରେ ସ୍ତ୍ରୀକୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି ସ୍ୱାମୀ । ଛାଡ଼ପତ୍ର ପାଇଁ ଏହା ଏକ ବୈଧ କାରଣ କି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ ।
ଡାଉରୀ କେସ କରିଥିଲେ ବିନା ବେଲରେ ଶାଶୂଘର ଲୋକଙ୍କୁ ଜେଲ୍ ହୋଇଥାଆନ୍ତା । ଶାଶୂ ଘର ଲୋକ ଆବର୍ସନ କରାଇଥିବାର ଯଥେଷ୍ଟ ପ୍ରମାଣ ଥିଲେ ସୁଦ୍ଧା ଅଭିଯୋଗରେ ସେକଥା ଉଲ୍ଲେଖ କରିନାହାନ୍ତି ତପସ୍ୱିନୀ । କୌଣସି ମତେ ଶ୍ୱଶୁର ତପସ୍ୱିନୀ ଓ ସୁମିତଙ୍କୁ ମିଶାଇ ଦେବୁନି ବୋଲି କହିଥିଲେ । ଆଉ ସେଥିପାଇଁ କେବଳ କାଉନସେଲିଂ ପାଇଁ ପୋଲିସରେ ଲେଖିକି ଦେଇଥିବା କହିଛନ୍ତି ତପସ୍ୱିନୀ ।
ସେପଟେ ସ୍ୱାମୀ-ସ୍ତ୍ରୀଙ୍କ ମାମଲାରେ ଆସନ୍ତାକାଲି ବ୍ରହ୍ମପୁର ଏସଡିଜିଏମ୍ କୋର୍ଟରେ ଶୁଣାଣି ରହିଛି । ତପସ୍ୱିନୀଙ୍କ ସମେତ ସାରା ଓଡ଼ିଶାବାସୀଙ୍କର କୋର୍ଟ ରାୟ ଉପରେ ନଜର ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)