• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପ୍ରଶାସନ ଉପରୁ ତୁଟିଲା ବିଶ୍ୱାସ । ଆଉ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିଲେଣି ଜଣେ ଦିବ୍ୟାଙ୍ଗଙ୍କ ଅଭିଯୋଗ । ଶେଷରେ ଉପାୟ ନପାଇ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିଲା ବେଳେ ବିଷ ପିଇଦେଲେ ଦିବ୍ୟାଙ୍ଗ । ଏବେ ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ବ୍ରହ୍ମପୁର ବଡ ମେଡିକାଲରେ ।

ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଏସ୍ପିଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା । ଏହି ସମୟରେ ଦିବ୍ୟାଙ୍ଗ ଜାମାନୁ ବାଳକୃଷ୍ଣ ଦୋରା ସେଠାରେ ପହଞ୍ଚିଥିଲେ । ଅଭିଯୋଗ ନେଇ ଫେରାଦ ମଧ୍ୟ ହେଲେ । ହେଲେ କେହି କିଛି ଜାଣିବା ପୂର୍ବରୁ ସାଙ୍ଗରେ ଆଣିଥିବା ବିଷ ସମସ୍ତଙ୍କ ଆଗରେ ପିଇଦେଇଥିଲେ । ଦିଗପହଣ୍ଡି ଆଇଆଇସି ଏବଂ ବିଡିଓ ତୁରନ୍ତ ତାଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ଆଉ ସେଠାରେ ଅବସ୍ଥା ଗୁରୁତର ହେବାରୁ ବାଳକୃଷ୍ଣଙ୍କୁ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତର କରାଯାଇଛି । ନିଜ ଜମି ଡିମାର୍କେସନ ପାଇଁ ତହସିଲ ପ୍ରଶାସନ ପାଖରେ ପୂର୍ବରୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ବାଳକୃଷ୍ଣ । ହେଲେ କେହି ତାଙ୍କ କଥା ନ ଶୁଣିବାରୁ ଶେଷରେ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ଏମିତିକି ସମସ୍ୟାର ସମାଧାନ ପାଇଁ ସରକାରୀ ବାବୁ ତାଙ୍କୁ ଲାଞ୍ଚ ମାଗିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ବାଳକୃଷ୍ଣ ନିଜେ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କ ଭାଇ ଜଣେ ମଧ୍ୟ ମାନସିକ ଅନଗ୍ରସର । ବାପା ମଧ୍ୟ ବୟସର ଅପରାହ୍ଣରେ ପ୍ରଶାସନ ନିକଟରେ ଗୁହାରି ସତ୍ତ୍ୱେ ତାଙ୍କ ଅଭିଯୋଗ କେହି ନଶୁଣିବାରୁ ଏପରି ପଦକ୍ଷେପ ନେଇଥିବା କହିଛନ୍ତି ସମ୍ପର୍କୀୟ । ଏପଟେ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରାଯିବ । ତୁରନ୍ତ ଏନେଇ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ।