Advertisment

ଅଧ୍ୟାପିକା ତିଆରି କଲେ ସ୍ମାର୍ଟ ଷ୍ଟିକ, ଉପକୃତ ହେବେ ଦିବ୍ୟାଙ୍ଗ

ନିଜସ୍ୱ ଉଦ୍ୟମରେ ଅଧ୍ୟାପିକା ତିଆରି କଲେ ଦୃଷ୍ଟିବାଧିକଙ୍କ ପାଇଁ ବାଡ଼ିଇଇ। ଯେଉଁଥିରେ ଲାଇଟ୍‌ ଜଳିବାର ରହିଛି ବ୍ୟବସ୍ଥା

author-image
Sarbeswar
Bhubaneswar

Bhubaneswar

ଭୁବନେଶ୍ୱର: ଦୃଷ୍ଟି ବାଧିତଙ୍କ ପାଇଁ ସ୍ମାର୍ଟ ଷ୍ଟିକ। ଜୀବନ ରକ୍ଷା ସହ ଦେବ ସଠିକ ଦିଗଦର୍ଶନ। ବରିଷ୍ଠ ନାଗରିକ ମାନେ ବି ଏହାକୁ ବ୍ୟବହାର କରିପାରିବେ। ଏକ ଜୀବନ ରକ୍ଷାକାରୀ ଷ୍ଟିକକୁ ତିଆରି କରିଛନ୍ତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ଅଧ୍ୟାପିକା ଡକ୍ଟର ଦେବବାଳା ସ୍ୱାଇଁ। ବିଶ୍ୱବିଦ୍ୟାଳୟରେ ଉଦଘାଟିତ ରିସର୍ଚ୍ଚ କନକ୍ଲେଭରେ ସେ ଏହାକୁ ପ୍ରଦର୍ଶିତ କରିଛନ୍ତି। ସ୍ମାର୍ଟ ଷ୍ଟିକରେ ଲାଗିଥିବା ସେନ୍ସର ଦୁର୍ଘଟଣାରୁ ରକ୍ଷା କରିପାରିବ ।

Advertisment

ଅନ୍ଧାର ହେଲେ ଏଥିରେ ଲାଇଟ ଜଳିବାର ବ୍ୟବସ୍ଥା ଅଛି । କେହି ଆକ୍ରମଣ କଲେ ଷ୍ଟିକ ଦ୍ୱାରା ଆକ୍ରମଣକାରୀକୁ ପ୍ରତି ଆକ୍ରମଣରେ ବିଦ୍ୟୁତ ଝଟକା ଦେଇ ହୁଏ । ସହ ଷ୍ଟିକରେ ଲାଗିଥିବା କ୍ୟାମେରା ଆକ୍ରମଣକାରୀଙ୍କ ଚେହେରା ରେକର୍ଡ କରିପାରିବ। ଜିପିଏସ ସିଷ୍ଟମ ଲାଗିଥିବାରୁ ସହଜରେ ଘର ଲୋକ ତାଙ୍କ ସଂପର୍କୀୟଙ୍କୁ ଟ୍ରାକ କରିପାରିବେ। ଆକ୍ରମଣର ଶିକାର ହେଲେ ଏହି ଷ୍ଟିକ ଦ୍ୱାରା ତୁରନ୍ତ ନିକଟସ୍ଥ ଥାନାକୁ ସୂଚନା ଦେବାର ବ୍ୟବସ୍ଥା ରହିଛି। ତେବେ ଏହି ଷ୍ଟିକ୍‌କୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା।

Ramadevi Women's University
Advertisment
Advertisment