Advertisment

ପେଶା ବ୍ୟବସାୟ କିନ୍ତୁ ନିଶା ବିଦେଶୀ ମୁଦ୍ରା ସଂଗ୍ରହ

୫୫ ବର୍ଷ ବୟସରୁ ସେ ନୋଟ ସଂଗ୍ରହ ଆରମ୍ଭ କରିଥିଲେ। କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ମୁଖ୍ୟ ବିଚାରପତି, ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିନେତା, ଅଭିନେତ୍ର୍ରୀ ଓ ଚର୍ଚ୍ଚିତ ଖେଳାଳିଙ୍କ ଜନ୍ମ ଦିନର ନୋଟ୍ ସଂଗ୍ରହ କରିଛନ୍ତି

author-image
Sarbeswar
Odisha

Odisha

ବଲାଙ୍ଗିର: ପେଷାରେ ବ୍ୟବସାୟୀ ହେଲେ ନିଶା ତାଙ୍କର ବିଦେଶୀ ମୁଦ୍ରା ସଂଗ୍ରହ କରିବା। ଏବେଯାଏ ସେ ୨ଶହରୁ ଅଧିକ ଦେଶର ନୋଟ ଏବଂ କଏନ୍ ସଂଗ୍ରହ କରିଛନ୍ତି। ତାଙ୍କର ମୁଦ୍ରା ସଂଗ୍ରହରେ ରହିଛି ନିଆରା ବିଶେଷତ୍ତ୍ୱ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦେଶର ଅନ୍ୟ ପ୍ରଧାନମନ୍ତ୍ରୀ, ଫିଲ୍ମଷ୍ଟାର ଏବଂ ଖେଳାଳିଙ୍କ ଜନ୍ମଦିନର ନୋଟ୍ ଏବଂ ମୁଦ୍ରା ସଂଗ୍ରହ କରିଛନ୍ତି ବଲାଙ୍ଗିର ଜିଲ୍ଲାର ବଜରଙ୍ଗଲାଲ।

Advertisment

ବଲାଙ୍ଗିର ଜିଲ୍ଲାର ବଜରଙ୍ଗଲାଲ ଅଗ୍ରଓ୍ୱାଲ। ଶିକ୍ଷାଗତ ଯୋଗ୍ୟତା ମାତ୍ର ଅଷ୍ଟମ। ବୟସ ୭୫ ହେଲାଣି। ବ୍ୟବସାୟ ତାଙ୍କର ମୁଖ୍ୟ ବେଉଷା ହେଲେ ଦେଶ ତଥା ବିଦେଶୀ ମୁଦ୍ରା ସଂଗ୍ରହ କରିବାରେ ତାଙ୍କର ଆଗ୍ରହ ବହୁତ ଅଧିକ ରହିଛି। ବର୍ତ୍ତମାନ ସୁଦ୍ଧା ସେ ୨୧୦ ନୋଟ୍ ଓ ମୁଦ୍ରା ସଂଗ୍ରହ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନର ନୋଟ୍ ସେ ସଂଗ୍ରହ ମଧ୍ୟ କରିଛନ୍ତି। ଖାଲି ସେତିକି ନୁହେଁ ମୋଦିଙ୍କ ଜନ୍ମ ତାରିଖରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ସହ ବିଭନ୍ନ ରାଷ୍ଟ୍ର ଗସ୍ତ କରି ଦେଶ ମୁଖ୍ୟଙ୍କୁ ଭେଟିବା ତାରିଖର ନୋଟ ସଂଗ୍ରହ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କ ଜନ୍ମଦିନରେ ଛପା ଯାଇଥିବା ନୋଟ ସେ ସଂଗ୍ରହ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଉପହାର ଭାବେ ଦେବାକୁ ସେ ଏକ ଆଲବମ ମଧ୍ୟ ପ୍ରସ୍ତୁତ କରିଛନ୍ତି।

୫୫ ବର୍ଷ ବୟସରୁ ସେ ନୋଟ ସଂଗ୍ରହ ଆରମ୍ଭ କରିଥିଲେ। କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ଦେଶର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ମୁଖ୍ୟ ବିଚାରପତି, ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଅଭିନେତା, ଅଭିନେତ୍ର୍ରୀ ଓ ଚର୍ଚ୍ଚିତ ଖେଳାଳିଙ୍କ ଜନ୍ମ ଦିନର ନୋଟ୍ ସଂଗ୍ରହ କରିଛନ୍ତି ଯାହା ସହ ସାକ୍ଷାତ ହେବାର ସୁଯୋଗ ମିଳିଲେ ସେହି ବ୍ୟକ୍ତିଙ୍କୁ ଏହା ଉପହାର ଭାବେ ଦେବୋ ବୋଲି ସ୍ଥିର କରିଛନ୍ତି ବର୍ତ୍ତମାନ ପଯର୍ୟନ୍ତ ସଂଗ୍ରହ କରିଥିବା ନୋଟ୍ ମଧ୍ୟରେ ଦେଶ ତଥା ବିଦେଶର ୧୦ ହଜାରରୁ ଅଧିକ ନୋଟ ଏବଂ ୩ ହଜାର କଏନ୍ ସଂଗ୍ରହ ରହିଛି ବିଶିଷ୍ଟ ବ୍ୟକ୍ତି ଏବଂ ଐତିହାସିକ ଦିନକୁ ନେଇ ରିଜର୍ଭ ବ୍ୟାଙ୍କ ଜାରି କରାଯାଉଥିବା ମୁଦ୍ରାକୁ ସେ ସଂଗ୍ରହ କରିଥାନ୍ତି ଦେଶରେ ଲାଗୁ ହୋଇଥିବା ବିମୁଦ୍ରାକରଣ ତାରିଖର ନୋଟ ମଧ୍ୟ ସେ ସଂଗ୍ରହ କରିଛନ୍ତି ବଜରଙ୍ଗଲାଲଙ୍କ ଏହି କାଯର୍ୟକୁ ଅନେକ ପ୍ରଶଂସା ମିଳିଛି..

Advertisment
Foreign Currency
Advertisment
Advertisment