• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କାଲିଠୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍ । ସାରା ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବେ ଘରୋଇ ବସ୍ ମାଲିକ । ଆଜି ସରକାରଙ୍କ ଆଲୋଚନା ପରେ ବି ଘରୋଇ ବସ୍ ମାଲିକ ସଂଘର ଦାବି ଅନୁସାରେ କୌଣସି ପ୍ରତିଶ୍ରୁତି ନମିଳିବାରୁ କାଲିଠୁ ଆନ୍ଦୋଳନ ଆରମ୍ଭ ହେବ ବୋଲି ବୋଲି ଘୋଷଣା କରିଛନ୍ତି ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ।

ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ଯାଏ ଧର୍ମଘଟ ଜାରି ରହିବ । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଗତକାଲି ନିଷ୍ପତ୍ତି ନେଇଥିଲା ଘରୋଇ ବସ୍ ମାଲିକ ସଂଘ । କାଲି ଭୁବନେଶ୍ୱରରେ ସଂଘର ସାଧାରଣ ପରିଷଦ ବୈଠକରେ ଏ ନେଇ ଘୋଷଣା କରାଯାଇଥିଲା।

ତେବେ ଆଜି ସକାଳେ CMO ସହିତ ବସ୍ ମାଲିକ ସଂଘର ଆଲୋଚନା ହୋଇଥିଲା, ହେଲେ ଏଥିରୁ କୌଣସି ନିଷ୍କର୍ସ ବାହାରିନଥିଲା । ତେଣୁ ଆନ୍ଦୋଳନ ନିଷ୍ପତ୍ତିରେ ଅଟଳ ରହିଛି ବସ୍ ମାଲିକ ସଂଘ । ଏପଟେ ପାର୍ବଣ ବେଳେ ଘରୋଇ ବସ୍ ସେବା ବନ୍ଦ ହେବା ପରେ ଯାତ୍ରୀ ସେବା ଗୁରୁତର ପ୍ରଭାବିତ ହେବାକୁ ଯାଉଛି ।

ପୂଜା ଛୁଟିରେ ହଜାର ହଜାର ଲୋକ ଘରକୁ ଫେରୁଥିବା ବେଳେ ବସ୍ ଧର୍ମଘଟ ଯୋଗୁଁ ଯାତ୍ରୀମାନେ ହନ୍ତସନ୍ତ ହେବା ଏକ ପ୍ରକାର ନିଶ୍ଚିତ । ରାଜ୍ୟରେ ଏବେ ପ୍ରାୟ ୧୪ ହଜାର ଘରୋଇ ବସ୍ ଚଳାଚଳ କରୁଛି । ଘରୋଇ ବସ୍ ସେବା ଉପରେ ରାଜ୍ୟର ଦୈନିକ ୪ ଲକ୍ଷରୁ ଅଧିକ ଲୋକ ନିର୍ଭର କରନ୍ତି ।

ବସ୍‌ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି । ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ଧର୍ମଘଟ କରୁଛୁ ବୋଲି କହିଛନ୍ତି ସଂପାଦକ ଦେବେନ୍ଦ୍ର ସାହୁ । ପୂଜା ସମୟରେ ଯାତ୍ରୀଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନୁହେଁ । ଏନେଇ ଯାତ୍ରୀଙ୍କଠାରେ କ୍ଷମା ପ୍ରାର୍ଥନା କରୁଛୁ ବୋଲି କହିଛି ବସ୍‌ ମାଲିକ ସଂଘ ।