/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656821410.jpg)
prisoner escapes from cuttack SCB Medical
କଟକ ବଡ଼ ମେଡିକାଲରୁ ଚମ୍ପଟ୍ ମାରିଲା ବିଚାରାଧୀନ କଏଦୀ । ଯାଜପୁର ରୋଡ ଉପକାରାଗାରରେ ଥିବା ଜଣେ ବିରାଚାଧୀନ କଏଦୀ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ସେ କଟକ ବଡ଼ ମେଡିକାଲରୁ ଫେରାର ହୋଇଯାଇଛି । ତେବେ ଫେରାର କଏଦୀ ଜଣକ ଶୁକ୍ରା ମୁଣ୍ଡା ବୋଲି ଜଣାପଡିଛି ।
ଶୁକ୍ରା ମୁଣ୍ଡା ବଡ଼ ମେଡିକାଲରେ ସୁରକ୍ଷା କର୍ମୀ ଓ ଫାର୍ମାସିଷ୍ଟଙ୍କୁ ଚକ୍ମା ଦେଇ ମେଡିକାଲରୁ ଖସି ପଳାଇଯାଇଛନ୍ତି । କଏଦୀ ଖସିଯାଇଥିବା ଜାଣିବାକୁ ପାଇ କଟକର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଏନେଇ ଯାଜପୁର ରୋଡ ଉପକାରାଗାରର କର୍ମଚାରୀ ମହେନ୍ଦ୍ର କୁମାର ମୃର୍ମୁ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିବା ଜଣାପଡିଛି l ଏତଲା ପାଇବା ପରେ ମଙ୍ଗଳାବାଗ ପୋଲିସ ମାମଲା ରୁଜୁ କରି ଘଟଣାର ଛାନ୍ଭିନ୍ କରୁଛି ।
ସୂଚନା ଅନୁସାରେ, ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅଂଚଳର ଶୁକ୍ରା ମୁଣ୍ଡା ଏକ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଭାବେ ଯାଜପୁର ରୋଡ ଉପକାରାଗାରରେ ସଜ୍ଜା କାଟୁଥିଲେ । ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଗତ ୩୦ ତାରିଖରେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)