Advertisment

‘ହରେ କୃଷ୍ଣ ହରେ ରାମ’ ଗୀତ ଗାଉ ଗାଉ ତଳେ ପଡ଼ିଗଲେ, ସବୁଦିନ ପାଇଁ ଚାଲିଗଲେ ଆରପାରିକୁ...

କିଏ ଜାଣିଥିଲା ଏହି ଗୀତ ତାଙ୍କ ଜୀବନର ଶେଷ ଗୀତ ହେବ ? ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ରାମ ନାମ କୃଷ୍ଣ ନାମ ଜପୁଥିବା ବେଳେ ଜଣେ ପୂଜକଙ୍କ ଜୀବନ ଚାଲି ଯାଇଛି।

ଅଦ୍ୟତନ ହୋଇଛି
Priest Dies During Ongoing Sankirtan In Binika

Priest Dies During Ongoing Sankirtan In Binika

Advertisment

ମୃତ୍ୟୁ କେତେବେଳେ କେମିତି ଆସେ ତାହା କେହିବି କହିପାରିବେନି। କିଏ ଜାଣିଥିଲା ଭଗବାନଙ୍କ ନାମ ଜପୁଥିବା ମଣିଷଟି କିଛି ସମୟ ପରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯିବେ। କିଏ ଜାଣିଥିଲା ଏହି ଗୀତ ତାଙ୍କ ଜୀବନର ଶେଷ ଗୀତ ହେବ ? ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ରାମ ନାମ କୃଷ୍ଣ ନାମ ଜପୁଥିବା ବେଳେ ଜଣେ ପୂଜକଙ୍କ ଜୀବନ ଚାଲି ଯାଇଛି। ମୃତକ ହେଲେ ଗୋପାଳଜୀ ମନ୍ଦିରର ପୂଜକ କୈଳାଶ ଚନ୍ଦ୍ର ପଣ୍ଡା(୭୧)। ସେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୁରପୁର ଗାଁର ବୋଲି ଜଣାପଡ଼ିଛି।

Advertisment

ଅଧିକ ପଢ଼ନ୍ତୁ: ନାଟକର ଶେଷ ଗୀତ ପାଲଟିଲା ଜୀବନର ଶେଷ ଗୀତ

ସୂଚନା ଅନୁସାରେ, ଗତକାଲି ବରଗଡ଼ ଜିଲ୍ଲା ଟୁକୁରାରେ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ପୂଜକ କୈଳାଶ ଚନ୍ଦ୍ର ଯୋଗ ଦେଇଥିଲେ। ମୃଦଙ୍ଗର ତାଳେ ତାଳେ ଗିନି ବଜାଇ ହରେ କୃଷ୍ଣ ହରେ ରାମ ଗୀତରେ ପୁରା ପରିବେଶ କମ୍ପି ଉଠୁଥିଲା। ହେଲେ ଗୀତ ଗାଉ ଗାଉ ହଠାତ୍ କୈଳାଶ ତଳେ ପଡ଼ି ଯାଇଥିଲେ।  ଆଉ ଉଠି ପାରିଲେନି। ସବୁଦିନ ପାଇଁ ଚାଲିଗଲେ ଆରପାରିକୁ। ପୂଜକଙ୍କ ଏଭଳି ମୃତ୍ୟୁ ଦେଖି ସ୍ତବ୍ଧ ହୋଇଯାଇଥିଲେ ସେଠାରେ ଉପସ୍ଥିତ ଥିବା ଲୋକେ।

Advertisment

ପୂଜକ କୈଳାଶଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସିନ୍ଦୁରପୁର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। 

Viral Video Priest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ