/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652674088.jpg)
Prices of tomatoes down
ଖାଉଟିଙ୍କ ପାଇଁ ଖୁସି ଖବର । ବୃଦ୍ଧି ପାଉଥିବା ଟମାଟୋ ଦରରେ ଲାଗିଛି ବ୍ରେକ୍ । ୧୦୦ ଟଙ୍କାରୁ ଖସି ଏବେ ଟମାଟୋ ଦର ୬୦ ଟଙ୍କାରେ ପହଞ୍ଚିଛି ।
ଭୁବନେଶ୍ୱର, ବାଲେଶ୍ୱର, କଟକ, ଜୟପୁର ସହରରେ ଟମାଟୋ ଦର ୬୦ ଟଙ୍କାରେ ପହଞ୍ଚିଥିବାବେଳେ ବ୍ରହ୍ମପୁର ସମେତ ଦକ୍ଷିଣ ଓଡ଼ିଶାର ଅନେକ ସହରରେ ଟମାଟୋ ଦର ୮୦ ଟଙ୍କାରେ ରହିଛି ।
ତେବେ ଦର ଖସିବା ପରେ ଆଶ୍ୱସ୍ତି ଅନୁଭବ କରିଛନ୍ତି ଗ୍ରାହକ । ତଥାପି ସାଧାରଣ ଦରଠାରୁ ଏହା ଢେର ଅଧିକ ଥିବାରୁ ଗ୍ରାହକମାନେ ଏବେ ଚିନ୍ତାରେ ଛନ୍ତି । ଫଳରେ ରୋଷେଇ ପାଇଁ ଲୋକେ ଅଳ୍ପ ଟମାଟୋ କିଣୁଛନ୍ତି ।
ଅନ୍ୟପକ୍ଷେ, ଗତ ଶୁକ୍ରବାର ଦିନ ଟମାଟୋ କିଲୋ ପିଛା ଶହେ ଟଙ୍କା ହୋଇଥିଲା । ଆକାଶଛୁଆଁ ଦରକୁ ଦେଖି ଖାଉଟି ଚିନ୍ତାରେ ଥିବାବେଳେ ଆଜି ଟମାଟୋ ଦରରେ ହ୍ରାସ ଘଟିବା ଖବର ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ତେବେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଉଚ୍ଚା ଦରକୁ ନେଇ ୮ ପ୍ରତିଶତରେ ପହଞ୍ଚିବାକୁ ବସିଲାଣି ମୁଦ୍ରାସ୍ଫୀତି, ଯାହାକି ଗତ ୮ ବର୍ଷରେ ସର୍ବାଧିକ । ତୁରନ୍ତ ପ୍ରତିକାର ନକଲେ, ଆଗକୁ ଦେଶର ଆର୍ଥିକ ସ୍ଥିତି ଅସମ୍ଭାଳ ହେବ ବୋଲି ଚେତାଇ ଦେଇଛନ୍ତି ଅର୍ଥନୀତି ବିଶାରଦ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)