/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682428208.jpg)
Dairy product
ମହଙ୍ଗା ହେବ ଦୁଗ୍ଧଜାତ ଦ୍ରବ୍ୟର ଦର । ମେ’ ୧ରୁ ଛେନା,ପନିର, ଖୁଆ ଆଦି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ । କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।
Advertisment
ନିଷ୍ପତ୍ତି ପରେ ଛେନା କେଜି ପିଛା ୨୦, ପନିର କେଜି ୩୦ ଟଙ୍କା ଓ ଖୁଆ କେଜି ପିଛା ୬୦ ଟଙ୍କା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । କ୍ଷୀର ଦର ବଢ଼ିଥିବାରୁ ଦୁଗ୍ଧଜାତ ଦ୍ରବ୍ୟ ଦର ବୃଦ୍ଧି ନିଷ୍ପତ୍ତି ନିଆଯାଇଛି ।
ଛେନା କେଜି ପୂର୍ବରୁ କେଜି ପିଛା ୧୭୫ ଟଙ୍କା ଥିବା ବେଳେ ଏବେ ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ ୧୯୫ରେ ବିକ୍ରି ହେବ । ସେହିପରି ପନିର କେଜି ୩୦ ଟଙ୍କା ବୃଦ୍ଧି ପାଇବା ପରେ କେଜି ପିଛା ମୂଲ୍ୟ ୨୨୫ ଟଙ୍କାରୁ ୨୫୫କୁ ବୃଦ୍ଧି ପାଇବ । ଖୁଆ କେଜି ମଧ୍ୟ ୬୦ ବଢ଼ି ୨୬୦ ବଦଳରେ ୩୨୦ ଟଙ୍କାରେ ବିକ୍ରି ହେବ ।
Advertisment
ଅଧିକ ଖବରକୁ ଅପେକ୍ଷା କରାଯାଇଛି . .
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)