• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନିଜ ମାଟିର ମାଟିରେ ଭିନ୍ନତା ଅଛି । ନିଜ ମାଟି ଆଉ ପବନର ଆକର୍ଷଣ ଭିନ୍ନ । ନିଜ ମାଟି ଓଡ଼ିଶାକୁ ଆସି ମୁଁ ଆଜି ବହୁତ ଆନନ୍ଦିତ । ଏଭଳି ଭାବରେ ନିଜର ଅଭିଭାଷଣ ରଖି ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ ଆଜି ଭାବବିହ୍ୱଳ ହୋଇଛନ୍ତି ନାଗରିକ ସମ୍ବର୍ଦ୍ଧନା ଗ୍ରହଣ ଉତ୍ସବରେ ।   ତେବେ ଆଜି ଜୟ ଜଗନ୍ନାଥ, ନମସ୍କାର କହି ଭାଷଣ ଆରମ୍ଭ କରିଛନ୍ତି ରାଷ୍ଟ୍ରପତି ।

ଅଭିଭାଷଣବେଳେ ରାଷ୍ଟ୍ରପତି କହିଛନ୍ତି , ବିଶ୍ୱବାସୀଙ୍କ ମଙ୍ଗଳ ପାଇଁ ଜଗନ୍ନାଥଙ୍କଠାରେ ପ୍ରାର୍ଥନା କରିଛି । ଆଶା କରୁଛି ପ୍ରଭୁ ଜଗନ୍ନାଥ ମୋର ପ୍ରାର୍ଥନା ଶୁଣିବେ । ଓଡ଼ିଶାର ଗୌରବଗାଥାକୁ ନେଇ ମହାମହିମ ଆହୁରି କହିଥିଲେ ଯେ, ଭାରତ ମୁକ୍ତି ସଂଗ୍ରାମରେ ଓଡ଼ିଶାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ଲବଣ ସତ୍ୟାଗ୍ରହରେ ଗୁଜରାଟ ପରେ ଓଡ଼ିଶା ମୁଖ୍ୟ ଭୂମିକା ନେଇଥିଲା । ଭାରତ ବର୍ତ୍ତମାନ ଏକ ମହତ୍ତ୍ୱପୂର୍ଣ୍ଣ ସମୟ ଦେଇ ଗତି କରୁଛି । ଏବେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି ଭାରତ ।

ଭାରତ ପ୍ରତି ବିଶ୍ୱବାସୀଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଛି । ମହାମାରୀ ପରବର୍ତ୍ତୀ ଅର୍ଥନୀତି ସଜାଡ଼ି ବିଶ୍ୱପାଇଁ ମାର୍ଗଦର୍ଶକ ହୋଇଛି ଭାରତ । ଯୁବପିଢ଼ି ପ୍ରଯୁକ୍ତି ଓ ସଂସ୍କୃତିକୁ ଏକାଠି ଧରି ଚାଲିବାକୁ ପସନ୍ଦ କରୁଛନ୍ତି । ଓଡ଼ିଶା ବିଷୟରେ ମୁଁ ବି ଅନେକ ସ୍ୱପ୍ନ ଦେଖେ ବୋଲି ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି । ତାସହ ଓଡ଼ିଶାର ଖଣିଜ ସଂପଦ, ଜଙ୍ଗଲ ଓ ଜଳ ସଂପଦ ସମ୍ପର୍କରେ ବର୍ଣ୍ଣନା କରିବା ସହ ଓଡ଼ିଶାର ନାରୀମାନଙ୍କ ଦକ୍ଷତା ଓ କର୍ମ ପ୍ରବଣତାକୁ ପ୍ରଶଂସା କରିଛନ୍ତି ।