୫୦ ବର୍ଷ ତଳର ସାଙ୍ଗଙ୍କୁ ଭେଟିଲେ, ସ୍କୁଲ ବେଳର ହଷ୍ଟେଲ ରୁମ୍‌ରେ ସମୟ କାଟିଲେ ମହାମହିମ

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୭୦ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ।

President Draupadi Murmu

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଦ୍ୱିତୀୟ ଦିନ । ସେ ଆଜି ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଦିନେ ଯେଉଁଠି ଛାତ୍ରୀ ଜୀବନ କଟାଇଥିଲେ, ସେଠାକୁ ଆସିଛନ୍ତି ଦେଶର ପ୍ରଥମ ନାଗରିକ ଭାବେ । ୧୯୭୦ରୁ ୭୪ ଯାଏଁ ଏଇଠି ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ହଷ୍ଟେଲରେ ରହୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୀର୍ଘ ଦିନ ପରେ ପୁଣି ଏଠି ତାଙ୍କ ପାଦ ପଡ଼ିଲା ।

ଅଧିକ ପଢ଼ନ୍ତୁ: ଶ୍ରୀଜିଉଙ୍କ ଦର୍ଶନ କରି କୃତ୍ୟକୃତ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତିଙ୍କ ସହ ୭୦ ଦଶକରେ ଯେଉଁମାନେ ଛାତ୍ରୀଥିଲେ ଆଜି ସେମାନେ ୪୮ ବର୍ଷ ପରେ ଏକାଠି ହୋଇଛନ୍ତି । ପୂର୍ବରୁ ଅନେକ ସମୟରେ ଏକାଠି ହୋଇଥିଲେ ମଧ୍ୟ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଦ୍ରୌପଦୀ ମୁର୍ମୁଙ୍କ ସହ ଭେଟ ହୋଇଛନ୍ତି

President Draupadi Murmu

। ଭୁବନେଶ୍ୱର ୟୁନିଟ୍-୨ ଗର୍ଲସ ହାଇସ୍କୁଲ୍ ପରିସରରେ ରାଷ୍ଟ୍ରପତିଙ୍କ ବ୍ୟାଚ୍‌ର ୧୩ ଜଣ ସହପାଠୀଙ୍କୁ ଭେଟିଥିଲେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ ସହପାଠୀମାନେ । ୫ ଦଶନ୍ଧି ତଳର ପୁରୁଣା ସ୍ମୃତିକୁ ସେ ମନେ ପକାଇଛନ୍ତି ସମସ୍ତେ । ଏହି ଅବସରରେ ସେ ରହୁଥିବା ଆଦିବାସୀ ଛାତ୍ରୀ ନିବାସ ବୁଲିବା ସହ ସେ ରହୁଥିବା ରୂମ୍‌ରେ କିଛି ସମୟ ପାଇଁ ବସିଥିଲେ । 

(President Draupadi Murmu)

ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଏଠାରେ ସମୟ କାଟିବା ବେଳେ ଭାବ ବିହ୍ୱଳ ହୋଇପଡ଼ିଥିବା ଲକ୍ଷ କରାଯାଇଥିଲା । ଏହି ଅବସରରେ ସେ ତାଙ୍କର ହଷ୍ଟେଲ୍ ମେଟ୍‌କୁ ମନେ ପକାଇଛନ୍ତି । ହଷ୍ଟେଲ୍ ସମୟରେ ସେ ଯାହାସହ ରହୁଥିଲେ ସେ ଆଜି କାର୍ଯ୍ୟକ୍ରମରେ ଆସିନଥିବାରୁ ତାଙ୍କୁ ଖୋଜିଥିଲେ ରାଷ୍ଟ୍ରପତି । ଏହା ପରେ ସେ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀନିବାସ ପରିଦର୍ଶନ କରିଥିଲେ । ସେଠାରେ ସେ ଯେଉଁ ଖଟରେ ଶୋଉଥିଲେ ତା ଉପରେ ଆଜି କିଛି ସମୟ ପାଇଁ ବସିବା ସହ ପୁରୁଣା ସ୍ମୃତି ସବୁକୁ ଗୋଟିଗୋଟି କରି ମନେ ପକାଇଥିଲେ । ସେଠାରେ ସେ ଭିଜିଟର ବୁକ୍‌ରେ ନିଜର ଅନୁଭୂତି ଲେଖିଛନ୍ତି ।