ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପିନ୍ଧିଥିବା ଶାଢ଼ୀକୁ ନେଇ ଚର୍ଚ୍ଚା । ମ୍ୟାଡାମ ପ୍ରେସିଡେଣ୍ଟ ଶପଥ ଗ୍ରହଣ ଉତ୍ସବରେ ଯେଉଁ ଶାଢ଼ୀ ପିନ୍ଧିଥିଲେ ତାହା ଖୁବ ସୁନ୍ଦର ହୋଇଥିବା ବେଳେ ତାହା ବାଧିକୁମ୍ଭ ପ୍ରିଣ୍ଟର ଯାହା ସୋନପୁର ବୁଣାକାର ମାନେ ପ୍ରସ୍ତୁତ କରିଥାନ୍ତି । ଅଧିକାଂଶ ଲୋକେ ଏହାକୁ ମୟୂରଭଞ୍ଜର ସନ୍ତାଳୀମାନଙ୍କ ପାରମ୍ପରିକ ଶାଢୀ ବା ଝେଲା କହୁଥିବା ବେଳେ ଏହା ପ୍ରକୃତରେ ବାଧିକୁମ୍ଭ ପ୍ରିଣ୍ଟ । ଯାହାକୁ ନେଇ ସ୍ପଷ୍ଟ କରିଛନ୍ତି ଓଡିଶା ସଂସ୍କୃତି ଗବେଷକ ଅନିତା ସାବତ ।