• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଖଟିଆରେ ୧ କିଲୋମିଟର ବୁହାହେଲେ ଗର୍ଭବତୀ ମହିଳା । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି । ଶେଷରେ ଖଟିଆରେ ଜନନୀ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ବୋହିଲେ ଗ୍ରାମବାସୀ । ଏ ହେଉଛି ସରକାରଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ।

କେନ୍ଦୁଝର ଜିଲ୍ଲା ତେଲକୋଇରେ ବ୍ଲକରେ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ଯାଏଁ ପହଞ୍ଚିଲେ ଗର୍ଭବତୀ ମହିଳା । ଏମିତିକି ଖଟିଆ ଉପରେ ନଦୀନାଳ ପାର୍‌ ହୋଇ ମେଡିକାଲ୍‌ ଗଲେ । ତେଲକୋଇ ବ୍ଲକର ବିଭିନ୍ନ ଅଞ୍ଚଳ ଏବେବି ଅପହଞ୍ଚ ହୋଇ ରହିଛି। ରାସ୍ତାଘାଟର ସଂଯୋଗ ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।

ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଗୋଟେ କିଲୋମିଟର ଦୂର ଖଟିଆରେ ବୁହା ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ ଗର୍ଭବତୀ । ପରେ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନା ଯାଇଥିଲେ ଗର୍ଭବତୀ ମହିଳା । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ତେଲକୋଇ ବ୍ଲକ ଉପାନ୍ତ ଅଞ୍ଚଳ ତାଳପଦା ପଞ୍ଚାୟତ ଅନ୍ତର୍ଗତ ଗୁରୁମ ଗାଁ ମୁଣ୍ଡା ସାହିରେ ।

ସୂଚନା ଅନୁଯାୟୀ ଏହି ଗ୍ରାମର ଧୁବେଇ ମୁଣ୍ଡାଙ୍କ ସ୍ତ୍ରୀ ମାନି ମୁଣ୍ଡା (୨୩) ଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଆସି ତାଳପଦା ହାଇସ୍କୁଲ ପର୍ଯ୍ୟନ୍ତ ଯାଇ କାଦୁଅ ରାସ୍ତା ଯୋଗୁଁ ଅଟକି ଯାଇଥିଲା । ଧୁବେଇଙ୍କ ସ୍ତ୍ରୀ ମାନିଙ୍କୁ ଗାଁ ଲୋକଙ୍କ ସହାୟତାରେ ଖଟିଆରେ କାନ୍ଧେଇ ଦୁଇ ଦୁଇଟି ନାଳ ପାର କରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବା ପରେ ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ମାନି ମୁଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ବେଳେ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି ।

  • Reported by:
  • Chinmaya Sahoo