Advertisment

ପଦ୍ମ ପୁରସ୍କାରରେ ସମ୍ମାନିତ ହେଲେ ଆଉ ଦୁଇ ଓଡ଼ିଆ

ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି । ସେହିଭଳି ଅଲିମ୍ପିକ୍ସରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତଙ୍କୁ ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Pratibha ray and Pramod Bhagat

Pratibha ray and Pramod Bhagat

ଆଉ ଦୁଇ ଓଡ଼ିଆଙ୍କୁ ମିଳିଲା ପଦ୍ମ ସମ୍ମାନ । ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟଙ୍କୁ ଆଜି ପଦ୍ମ ସମ୍ମାନ ମିଳିଛି । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି ।

Advertisment

ସେହିଭଳି ଅଲିମ୍ପିକ୍ସରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତଙ୍କୁ ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି । ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ ।

ସେହିପରି ମାର୍ଚ୍ଚ ୨୧ ରେ ବିଶିଷ୍ଟ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ଆଧ୍ୟାତ୍ମିକ ଗୁରୁ ବାବା ବଳିଆ, ଶାସ୍ତ୍ରୀୟ ସଂଗୀତ ଗାୟିକା ଶ୍ୟାମାମଣି ଦେବୀ, ସାହିତ୍ୟିକ ନରସିଂହ ପ୍ରସାଦ ଗୁରୁଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ଏହାସହ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Advertisment
Padma Awards Pramod Bhagat Pratibha Ray
Advertisment
Advertisment