Advertisment

ଲତାଙ୍କ ସହ ପ୍ରଣବଙ୍କ ଅନୁଭୂତି

ବରିଷ୍ଠ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ନିଜେ ମୁମ୍ବାଇ ଯାଇ ଲତାଜୀଙ୍କୁ ଓଡ଼ିଆ ଗୀତ ଓଡ଼ିଆ ଗୀତ ଚୁନା ଚୁନା ତାରା ଫୁଲେ ଗାଇବାକୁ ପ୍ରସ୍ତାବ ଦେଇଥିଲେ । ଶୁଣନ୍ତୁ ଲତାଜୀଙ୍କ ସହ ତାଙ୍କର ଅନୁଭୂତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
 Pranab Patnaik's experience with Lataji

Pranab Patnaik's experience with Lataji

ପରଲୋକରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର । ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ନାହାନ୍ତି ଲତା ହେଲେ ଛାଡି ଯାଇଛନ୍ତି ଅଜସ୍ର ଗୀତ , ଯାହାକୁ ଶୁଣିଲା ପରେ ପ୍ରତିଟି ଭାରତୀୟ ଝୁରୁଛନ୍ତି ଲତା ଦିଦିଙ୍କୁ ୧୯୬୧ରେ ୨ଟି ଓଡ଼ିଆ ଗୀତ ଗାଇଥିଲେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର । ବରିଷ୍ଠ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ନିଜେ ମୁମ୍ବାଇ ଯାଇ ଲତାଜୀଙ୍କୁ ଓଡ଼ିଆ ଗୀତ ଓଡ଼ିଆ ଗୀତ ଚୁନା ଚୁନା ତାରା ଫୁଲେ  ଗାଇବାକୁ ପ୍ରସ୍ତାବ ଦେଇଥିଲେ । ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ଲତାଜୀଙ୍କ ସହ ଥିବା ଅନୁଭୂତି ଆମ ସହିତ ବାଣ୍ଟିଛନ୍ତି । 

Advertisment

ଲତାଜୀଙ୍କ ସହ ମୋ ସାକ୍ଷାତ ଏକ ଅମୃତ ବେଳା ଥିଲା ବୋଲି ପ୍ରଣବ କହିଛନ୍ତି । ମୁଁ କେବେ ଭାବିନଥିଲି ଯେ ଲତାଜୀଙ୍କ ସହ ମୋର ସାକ୍ଷାତ ହେବ ବୋଲି । କେବେ ଭାବି ନଥିଲି ମୁଁ ଷ୍ଟୁଡିଓରେ ମୁଁ ତାଙ୍କ ଗୀତ ଶୁଣିବି ବୋଲି । ଏହା ମୋ ଭାଗ୍ୟ ବୋଲି ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ କହିଥିଲେ ।

ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ସରସ୍ୱତୀଙ୍କ ଚଳନ୍ତି ପ୍ରତିମା ସହିତ ତୁଳନା କରିଛନ୍ତି ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ।  ଏହା ଛଡା ସେ କହିଛନ୍ତି ଯେ ଲତାଜୀ ବହୁ ଭାଷାରେ ଗୀତ ଗାଇଛନ୍ତି । ଓଡ଼ିଆ ଗୀତ ଗାଇବା ପାଇଁ ତାଙ୍କର ବହୁତ ଇଛା ଥିଲା । ଓଡ଼ିଆ ଗୀତ  'ଚୁନା ଚୁନା ତାରା ଫୁଲେ''ଗୀତଟିକୁ ସେ ବହୁତ ସୁନ୍ଦର ଭାବେ ଗାଇଛନ୍ତି । 

Advertisment

 ଏହାଛଡ଼ା ଲତାଙ୍କ ଦେହାନ୍ତରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତିି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ପ୍ରମୁଖ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Pranab Patnaik's Experience With Lataji
Advertisment
Advertisment