• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଘନଉଛି ଓଡ଼ିଆ ଷ୍ଟାରଙ୍କ ଘର କଳି । ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ହଙ୍ଗାମା ପରେ ମୁହାଁମୁହିଁ ଅବସ୍ଥାକୁ ଚାଲିଆସିଛନ୍ତି ବାବୁସାନ ଓ ପ୍ରକୃତିଙ୍କ ପରିବାର । ଅବଶ୍ୟ ବରିଷ୍ଠ ଅଭିନେତ୍ରୀ ଅପରାଜିତା ପୁଅ ବାବୁସାନଙ୍କ ତ୍ରୁଟିକୁ ସ୍ୱୀକାର କରୁଛନ୍ତି । ତଥାପି ସେ ପୁଅ ବୋହୂଙ୍କ ସପକ୍ଷରେ ଛିଡ଼ା ହୋଇଛନ୍ତି । ଆଜି ମିଡ଼ିଆ ସାମ୍ନାକୁ ଆସି ବାବୁସାନ ଘରକୁ ଫେରିଆସୁ ବୋଲି ନିବେଦନ କରିଛନ୍ତି ।

ଏନେଇ ଅପରାଜିତା ମହାନ୍ତି କହିଛନ୍ତି ଯେ, ୟେ ଜଣେ ମାର ଆକୁଳ ଆବେଦନ, ଭୁଲ୍ ବାଟକୁ ଯାଇଥିବା ପୁଅକୁ ସୁଧୁରିଯିବା ପାଇଁ ଜଣେ ମାର କରୁଣ ନିବେଦନ । ପୁଅ ବାବୁସାନ ଆଜି ଯାହା ଘଟାଇଛନ୍ତି, ତାଙ୍କ ସହ ଯାହା ବି ଘଟିଯାଇଛି...

ତେବେ ଏଭଳି ସ୍ଥିତିରେ ମାଆ ଅପରାଜିତା ବା କଣ କରିଥାନ୍ତେ...ଶେଷରେ ମିଡ଼ିଆ ସାମ୍ନକୁ ଆସି ପୁଅ ବାବୁସାନଙ୍କ ଉଦ୍ଦେଶ୍ୟରେ ଗୁହାରି କରିଛନ୍ତି । ଏହାସହ ଅନେକ ଗୁମର ମଧ୍ୟ ଫିଟାଇଛନ୍ତି । ସେ କହିଛନ୍ତି, ବାବୁସାନ ପରିବାର ଠାରୁ ଦୂରେଇ ଯିବା ଓ ଭୁଲିଯିବା ପିଲା ନୁହେଁ । ଦେଢ଼ ବର୍ଷ ହେଲା ତାଭିତରେ ପରିବର୍ତ୍ତନ ଆସିଲା, ଡିପ୍ରେସ୍ ରହିଲା । ଘରେ ରହିଲାନି, ଚିଡ୍‌ଚିଡ଼ା ହେଲା । ଯାହା ପରେ ରିଅଲ ବାବୁସାନ ଅଭାବ ପାଇଲୁ ବୋଲି କହିଛନ୍ତି ଅପରାଜିତା ।

କେବଳ ଏତିକି ନୁହେଁ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ନାଁ ନ ନେଇ କହିଛନ୍ତି, ଜଣେ ଲେଡି ଆର୍ଟିଷ୍ଟଙ୍କ ବାପାଙ୍କ ପାଖକୁ ଏ ସଂପର୍କରେ ବହୁତ ଗୁହାରି କରିଥିଲୁ । କିନ୍ତୁ ତାଙ୍କ ସ୍ତ୍ରୀ, ଝିଅ ଓ ସେ ଗାଳି କରିଥିଲେ, ଅପଦସ୍ତ କରିଥିଲେ । ପ୍ରକୃତ ବନ୍ଧୁ ଅନ୍ୟ ବନ୍ଧୁର କେବେହେଲେ କ୍ଷତି ଚାହେଁନି । ମୋ ପୁଅ ବହୁତ ଷ୍ଟ୍ରଙ୍ଗ, ସେ ନିଶ୍ଚୟ ଫେରିବ ବୋଲି କହିଛନ୍ତି ଅପରାଜିତା ।

ସେପଟେ, ବାବୁସାନଙ୍କ ସଂପର୍କୀୟ ଭଉଣୀ ତୃପ୍ତି ମହାନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିରୋଧରେ ବର୍ଷିଛନ୍ତି । ସିଧାସଳଖ ତାଙ୍କୁ ଦୋଷ ଦେଇ କହିଛନ୍ତି ପ୍ରକୃତି ମିଶ୍ର ଘର ଭାଙ୍ଗିଦେଲେ । ପୂର୍ବରୁ ପ୍ରକୃତି ଓ ମନ୍ମଥ ଅଙ୍କଲଙ୍କୁ ଏ ସମ୍ପର୍କରେ ଜଣାଇଥିଲୁ । ପ୍ରକୃତି ମିସ୍‌ବିହେଭ୍ କରିଥିଲେ, ମନ୍ମଥଙ୍କ ରେସପନ୍ସ ଜିରୋ ଥିଲା । ପିଲା ବଡ଼ ହେଲେ ଆମ ହାତରେ ନାହାନ୍ତି କହିଥିଲେ ମନ୍ମଥ । ବାବୁସାନଙ୍କ ଜୀବନରୁ ପ୍ରକୃତି ଦୂରେଇ ଯାଆନ୍ତୁ ବୋଲି ବାବୁସାନଙ୍କ ଭଉଣୀ ତୃପ୍ତି ମହାନ୍ତି କହିଛନ୍ତି ।

ତେବେ ଅପରାଜିତା ଏବଂ ବାବୁସାନ ଭଉଣୀ ତୃପ୍ତି ମହାନ୍ତିଙ୍କ ଅଭିଯୋଗ ପରେ ପାଲଟା ଜବାବ ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । କହିଛନ୍ତି କେହି କାହା ଘର ଭାଙ୍ଗି ପାରନ୍ତିନି ।ବେକରେ ଶିକୁଳି ବାନ୍ଧି ସ୍ୱାମୀକୁ ଘରେ ରଖ ବୋଲି ‌ଆକ୍ଷେପ କରିଛନ୍ତି ପ୍ରକୃତି । ଅନ୍ୟ ଝିଅକୁ ଟଣାଓଟରା କଲ, ରାସ୍ତାରେ ନିଜେ ଅପଦସ୍ଥ ହେଲ । ରିଲ୍ ଲାଇଫ୍ ହିରୋଇନ୍‌ରୁ ରିଅଲ୍ ଲାଇଫ୍ ହିରୋଇନ୍ ବନେଇଲେ । ମୋତେ ଯେତେ ଭାଙ୍ଗିଲେ ବି ମୁଁ ପୁଣି ଯୋଡ଼ି ହେଇ ଅଭିନୟ କରିବି ବୋଲି ପ୍ରକୃତି କହିଛନ୍ତି ।

ଏଭଳି ବାଦ ବିବାଦ ଭିତରେ ଅଭିନେତା ବାବୁସାନ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଆଗକୁ ଆଉ କାମ କରିବେ ନାହିଁ ବୋଲି କହିଛନ୍ତି । ଚେନ୍ନାଇ ଟୁର୍‌ରେ ଥିବାବେଳେ ଭିଡିଓ ଜାରି କରି କହିଛନ୍ତି, ଉତ୍କଳ ଦିବସ ପାଳିବାକୁ ଚେନ୍ନାଇ ଆସିଥିଲେ । ମୋ ସହ ପ୍ରକୃତି ମିଶ୍ର ବି ଇନଭାଇଟେଡ ଥିଲେ । ମୁଁ ଏଠିକି ଆସିଥିଲି ମୋ ଫିଲ୍ମର ପ୍ରମୋସନ ପାଇଁ । ତାଙ୍କ ସହ ନୂଆଫିଲ୍ମର ଘୋଷଣା ପାଇଁ ଏଠାକୁ ଆସିଥିଲି । ତେବେ ମୋ ଘରେ ଯଦି ଏତେ ଅସୁବିଧା ଚାଲିଛି, ତେବେ କେବଳ ପ୍ରକୃତି ମିଶ୍ର କାହିଁକି କୌଣସି ଅଭିନେତ୍ରୀଙ୍କ ସହ ଫିଲ୍ମ କରିବେନି ବୋଲି କହିଛନ୍ତି ।

ସେପଟେ ବିଚରାସ୍ତାରେ ବାବୁସାନ୍, ପ୍ରକୃତି ବନାମ ତୃପ୍ତି କଳି ମାମଲାରେ ମୋଟ ୭ ଜଣଙ୍କ ଯଥା, ବାବୁସାନଙ୍କ ମା ଅପରାଜିତା, ପତ୍ନୀ ତୃପ୍ତି, ଶ୍ୱଶୁର ଲଳିତ ଶତପଥୀ, ମାଉସୀ ସଙ୍ଗୀତା ପ୍ରହରାଜ, ମଉସା ଅଶୋକ ପ୍ରହରାଜ, ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଓ ମାଆ କୃଷ୍ଣପ୍ରିୟା ମିଶ୍ରଙ୍କ ବୟାନ ରେକର୍ଡ କରିଛି ପୋଲିସ । ତାସହ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କୁ ପୋଲିସ ନୋଟିସ୍ କରିଛି । ସତ୍ୟନଗରସ୍ଥିତ ଗେଷ୍ଟ ହାଉସ୍‌କୁ ବି ଯାଇ ତଦନ୍ତ କରିଛି ପୋଲିସ । ସେପଟେ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ଅଭିଯୋଗ ଆସିଲେ କାଉନସେଲିଂ କରି ସମାଧାନ କରିବୁ ।