Advertisment

ସରି ଆସୁଛି ଆଳୁ ଚାଷ ସମୟ, ହେଲେ ଚାଷୀଙ୍କ ପାଖରେ ପହଞ୍ଚି ପାରିଲାନି ବିହନ

ଆଳୁ ଚାଷ ପାଇଁ ପ୍ରସ୍ତୁତ ହୋଇ ରହିଛି ଚାଷ ଜମି। ଆଉ ଜମି ପାଗ ହେବା ପରେ ହଳ କାମ ସାରି ଦେଇଛନ୍ତି ଚାଷୀ। କିନ୍ତୁ ଚାଷୀଙ୍କ ହାତକୁ ଆସିପାରିନି ଆଳୁ ବିହନ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Potato Farmers

Potato Farmers

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ସରି ସରି ଯାଉଛି ଆଳୁ ଚାଷ ସମୟ। କିନ୍ତୁ ଚାଷୀଙ୍କ ପାଖରେ ପହଞ୍ଚି ପାରିଲାନି ବିହନ। ଆଳୁ ଚାଷ ପାଇଁ ପ୍ରସ୍ତୁତ ହୋଇ ରହିଛି ଚାଷ ଜମି। ଆଉ ଜମି ପାଗ ହେବା ପରେ ହଳ କାମ ସାରି ଦେଇଛନ୍ତି ଚାଷୀ। କିନ୍ତୁ ଚାଷୀଙ୍କ ହାତକୁ ଆସିପାରିନି ଆଳୁ ବିହନ। ଶେଷରେ ଉପାୟଶୂନ୍ୟ ହୋଇ ଖୋଲା ବଜାରରୁ ଚଢା ଦରରେ ବିହନ କିଣି କ୍ଷତି ସହୁଛନ୍ତି ଚାଷୀ। 

Advertisment

କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଆଳୁ ଚାଷୀ ଏବେ ବିହନ ଅଭାବ ସମସ୍ୟାରେ ଘାରି ହେଉଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରେ ଚାଷୀମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଚାଷ ପାଇଁ କେବେଠାରୁ ଜମି ପ୍ରସ୍ତୁତ ହୋଇ ରହିଛି। କିନ୍ତୁ ଚାଷୀଙ୍କ ହାତକୁ ଆସିପାରିନି ଆଳୁ ବିହନ।

ଚଳିତ ବର୍ଷ ଆଳୁ ଚାଷର ସମୟ ଗଡ଼ି ଯାଉଥିବାରୁ ଆଳୁ ଫସଲ ହେବା ନେଇ ଆଶଙ୍କାରେ ଅଛନ୍ତି ଚାଷୀ। ରିହାତି ଦରରେ ସରକାର ଯୋଗାଇ ଦେଉଥିବା ଆଳୁ ବିହନ ଏ ଯାଏ ଚାଷୀଙ୍କ ପାଖରେ ପହଞ୍ଚି ନାହିଁ। ଫଳରେ ଖୋଲା ବଜାରରୁ ଚଢା ଦରରେ ନିମ୍ନମାନର ଆଳୁ ବିହନ କିଣିବା ପାଇଁ ଚାଷୀମାନେ ବାଧ୍ୟ ହେଉଛନ୍ତି। ଏପରିକି କିଛି ଚାଷୀ ଆଳୁ ଚାଷରୁ ମୁହଁ ଫେରାଇଲେଣି। 

Advertisment

କେନ୍ଦ୍ରାପଡା ଜିଲ୍ଲାରେ ପ୍ରାୟ ହଜାରେ ହେକ୍ଟରରୁ ଅଧିକ ଜମିରେ ଆଳୁ ଚାଷ ହେଉଛି। ସରକାରୀ ହିସାବ ଅନୁଯାୟୀ, ଚଳିତ ବର୍ଷ କିନ୍ତୁ ଜିଲ୍ଲାରେ ମୋଟ ୧୧୦ ହେକ୍ଟର ଜମିରେ ଆଳୁ ଚାଷ ହେଉଛି। ହେକ୍ଟର ପ୍ରତି ୧୫ କ୍ୱିଣ୍ଟାଲ୍‌ ଆଳୁ ବିହନ ଆବଶ୍ୟକ ଥିବା ବେଳେ ଏପର୍ଯ୍ୟନ୍ତ ଜିଲ୍ଲାରେ ପହଞ୍ଚି ପାରିନି ବିହନ। ଆସନ୍ତା ନଭେମ୍ବର ୧୫ ସୁଦ୍ଧା ବିହନ ପହଞ୍ଚିବ ବୋଲି ଉଦ୍ୟାନ କୃଷି ବିଭାଗ କହିଛି।

ଆଳୁ ବିହନ ଅଭାବ ସାଙ୍ଗକୁ ସାର ଓ ଚାଷ, ଏହାସହ ଆନୁଷଙ୍ଗିକ ଦ୍ରବ୍ୟ ମୂଲ୍ୟ ବୃଦ୍ଧି ଚାଷୀ ପାଇଁ କାଳ ସାଜିଛି। ସେପଟେ ଉପଯୁକ୍ତ ସମୟ ଅତିକ୍ରାନ୍ତ ହୋଇଗଲେ ଚାଷ ଆଶାନୁରୂପ ନହେବାର ଚିନ୍ତା ବଢୁଛି। 

Potato Farmers Farmers Trouble
Advertisment
Advertisment