• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରାଜଧାନୀ ଭୁବନେଶ୍ୱରରେ ଏକାଧିକ ଲୁଟ୍‌ ଓ ଡକାୟତି ପରେ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ବିଳମ୍ବିତ ରାତିରେ ରାଜଧାନୀର ପ୍ରମୁଖ ରାସ୍ତାରେ ବ୍ଲକିଂ ଓ ଚେକିଙ୍ଗ କରିଛି ପୋଲିସ ।

ରାସ୍ତାରେ ସମସ୍ତ ଗାଡ଼ିକୁ ଚେକିଂ କରାଯିବା ସହ ସମସ୍ତ କାଗଜପତ୍ର ଓ ଗାଡ଼ି ଚାଳକଙ୍କ ସମ୍ବନ୍ଧରେ ତଥ୍ୟ ଯାଞ୍ଚ କରାଯାଇଛି । ଗତକାଲି ରାତିରେ ରାଜଧାନୀର ଏକାଧିକ ଛକରେ ଏହି ଭଳି କଡ଼ାକଡ଼ି ଚେକିଂ କରାଯାଇଥିଲା ।

ସମସ୍ତ ଥାନା ଅଞ୍ଚଳରେ ଏହି ବ୍ଲକିଂ ଓ ଚେକିଂକୁ ଜୋରଦାର କରିବା ପାଇଁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି କଟକ ରୋଡ଼ରେ ମଦ୍ୟପାନ ଜନିତ ଡ୍ରାଇଭ୍, ଗାଡ଼ି କାଗଜ ପତ୍ର ସହ ସନ୍ଦିଗ୍ଧ ଲୋକଙ୍କୁ ଯାଞ୍ଚ କରାଯାଇଛି ।