Advertisment

ଘରେ ଘରେ ପଶି ସର୍ଚ୍ଚ କରୁଛି ପୋଲିସ୍‌, ହେଲେ କାହିଁକି ?

ମହଙ୍ଗା ପଡ଼ିଲା ପୋଲିସ୍‌କୁ ମରଣାନ୍ତକ ଆକ୍ରମଣ। ଗାଁରେ ପୋଲିସ ଫୋର୍ସ ଘରେ ଘରେ ପଶି ସର୍ଚ୍ଚ କରୁଛନ୍ତି। ଫଳରେ ଗିରଫ ଭୟରେ ମାଟିଖାଲ ଗାଁ ପୁରୁଷ ଶୂନ୍ୟ  ହୋଇ ପଡ଼ିଛି।

author-image
Rajalaxmi Sahoo
Police Search Operation

Police Search Operation

ରାତିଅଧିଆ ଗଞ୍ଜେଇ ରେଡ୍‌ କରିବାକୁ ଆସିଥିବା ବେଳେ ପୋଲିସ୍‌କୁ ମରଣାନ୍ତକ ଆକ୍ରମଣ। ଡକାୟତ ଭାବି ପୋଲିସ୍‌କୁ ପିଟିଲେ ଗାଁ ଲୋକେ। କୋରାପୁଟ ଜିଲ୍ଲା ମାଟିଖାଲ ଗାଁରେ ଏହି ଘଟଣା ଘଟିଥିଲା। ତେବେ ଘଟଣାକୁ ନେଇ ପୋଲିସ୍‌ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରିଛି। କୋରାପୁଟ ଜିଲ୍ଲା ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ OSAP, IRB, ଓଡିଶା ପୋଲିସର ୫ ପ୍ଲାଟୁନ ପୋଲିସ ଫୋର୍ସ  ମାଟିଖାଲ ଗାଁରେ ମୁତୟନ ହୋଇଛନ୍ତି। 

Advertisment

ମାଛକୁଣ୍ଡ ତହସିଲଦାରଙ୍କ ଉପସ୍ଥିତିରେ ମାଟିଖାଲ ଗାଁରେ ପୋଲିସ ଫୋର୍ସ ଘରେ ଘରେ ପଶି ସର୍ଚ୍ଚ କରୁଛନ୍ତି। ଫଳରେ ଗିରଫ ଭୟରେ ମାଟିଖାଲ ଗାଁ ପୁରୁଷ ଶୂନ୍ୟ  ହୋଇ ପଡ଼ିଛି। ଆଦିବାସୀଙ୍କ ଅସ୍ତ୍ରଶସ୍ତ୍ର ସହ ଧନୁତୀର ଓ ବର୍ଚ୍ଚା ପୋଲିସ ଜବତ କରିଛି। ସର୍ଚ୍ଚ ଅପରେସନ୍‌ ସମୟରେ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଘଟଣାକୁ ନେଇ ଆପୋଷ ବୁଝାମଣା କରିବାକୁ ପୋଲିସ୍‌ ପ୍ରସ୍ତାବ ଦେଇଛି।

ସୂଚନାଥାଉ କି, ଗତ ଶୁକ୍ରବାର ମଧ୍ୟ ରାତ୍ରିରେ ମାଲକାନଗିରି ଜିଲ୍ଲା ପୋଲିସ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଟିଖାଲ ଗାଁରେ ପଶି ଗଞ୍ଜେଇ ରେଡ଼  କରୁଥିଲା।  ଏହି ସମୟରେ ଗାଁ ଲୋକେ ପୋଲିସ କର୍ମଚାରୀଙ୍କୁ ଡକାୟତ ଭାବି ମରଣାନ୍ତକ ଆକ୍ରମଣ କରିଥିବା କରିଥିଲେ।

Advertisment
Attack On POlice
Advertisment
Advertisment