Advertisment

ବାଘ ସହ ସେଲ୍‌ଫି ନେଇ ହିରୋରୁ ହୋଇଗଲେ ଜିରୋ

ଶିକାର ପୂର୍ବରୁ ସଞ୍ଜୟ ବାଘ ସହ ସେଲ୍‌ଫି ଉଠାଇ ଏହାକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଫଟୋ ଭାଇରାଲ୍‌ ହେବାପରେ ସଞ୍ଜୟ ଏବେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Poacher held for clicking selfie with leopard before killing it

Poacher held for clicking selfie with leopard before killing it

ଶିକାର ପୂର୍ବରୁ ବାଘ ସହ ସେଲ୍‌ଫି। ହେଲେ ଏହି ଫଟୋ ଯେ ତାଙ୍କୁ ଧରା ପକାଇ ଦେବ ଓ ଏଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିବ ତାହା ସେ ଜାଣିନଥିଲେ। ଶିକାର କରିବା ପୂର୍ବରୁ କଲରାପତରିଆ ବାଘ ସହ ସେଲ୍‌ଫି ନେଇଥିବା ଜଣେ ଯୁବକଙ୍କୁ ବନ ବିଭାଗ ଗିରଫ କରିଛି। ଅଭିଯୁକ୍ତ ହେଲେ ନୟାଗଡ଼ ଜିଲ୍ଲା ଗୋଡ଼ିପଲ୍ଲୀର ସଞ୍ଜୟ ସ୍ୱାଇଁ। 

Advertisment

ଅଭିଯୋଗ ଅନୁସାରେ, ୪ ବର୍ଷ ପୂର୍ବେ ତିନି ଜଣ ସାଙ୍ଗଙ୍କ ସହ ମିଶି ସଞ୍ଜୟ ଏକ କଲରାପତରିଆ ଛୁଆକୁ ମାରିଥିଲେ। ଶିକାର ପୂର୍ବରୁ ସଞ୍ଜୟ ବାଘ ସହ ସେଲ୍‌ଫି ଉଠାଇ ଏହାକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଫଟୋ ଭାଇରାଲ୍‌ ହେବାପରେ ସଞ୍ଜୟ ଏବେ ବନ ବିଭାଗ ହାତରେ ଧରାପଡ଼ିଛନ୍ତି। କଲରାପତରିଆକୁ ଶିକାର କରିବା ଘଟଣାରେ ଜଣେ ଅଭିଯୁକ୍ତର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଫେରାର ଅଛନ୍ତି। 

ସଞ୍ଜୟଙ୍କ ଘରୁ  ଛୁରୀ, ଜାଲ ପରି ଶିକାର ସାମଗ୍ରୀ ଇତ୍ୟାଦି ଜବତ ହୋଇଛି। ସଞ୍ଜୟଙ୍କୁ ଗିରଫ କରାଯାଇ ବାଘ ଛାଲ ରାକେଟରେ ସମ୍ପୃକ୍ତି ନେଇ ପଚରାଉଚରା ଚାଲିଛି। 

Advertisment
Leopard Poacher Arrest
Advertisment
Advertisment