Plus 2 student dies during exam in Odisha
ପରୀକ୍ଷା ଦେଉ ଦେଉ ଚାଲିଗଲା ଜୀବନ । ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜରେ +୨ ପରୀକ୍ଷା ଦେଉଥିବା ସମୟରେ ଜଣେ ଛାତ୍ରଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ଲହୁଣିପଡ଼ା ଥାନା ଅଞ୍ଚଳ ଜୁନିଆନି ଗାଁର ହୋଇଥିବା ଜଣାପଡିଛି ।
ବଣାଇ: +୨ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ଅସ୍ୱାଭାବିକ ମୃତ୍ୟୁ । ବଣାଇ କଲେଜରେ ପରୀକ୍ଷା ଦେଉଥିବା ବେଳେ ଅଚେତ ହୋଇପଡ଼ିଥିଲେ । ବଣାଇ ମେଡିକାଲରେ ଅଚେତ ଛାତ୍ରଙ୍କୁ ମୃତ ଘୋଷଣା କଲେ ଡାକ୍ତର ।#Banai#OTVpic.twitter.com/LEjf2vdQF4
— ଓଟିଭି (@otvkhabar) May 24, 2022
ସୂଚନା ଅନୁସାରେ, ଆଜି ସକାଳେ ପରୀକ୍ଷା ହଲ୍ରେ ପରୀକ୍ଷା ଚାଲିଥିବାବେଳେ ଛାତ୍ର ଜଣକ ଅଚେତ ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ବଣାଇ ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତ୍ୟୁକୁ ନେଇ ଗାଁ ତଥା କଲେଜରେ ଶୋକର ଛାୟା ଖେଳିଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)