• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିଠୁ ଦୁଇ ଦିନ ପାଇଁ ଧର୍ମଘଟକୁ ଓହ୍ଲାଇବ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ । ଆଜିଠାରୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବ । ସରକାର ଟାକ୍ସ କମାଇବା ଦ୍ୱାରା ପେଟ୍ରୋଲ ପମ୍ପ ଡିଲର୍ସମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି। ଏଥିପାଇଁ ତୈଳ କମ୍ପାନୀମାନଙ୍କ ଠାରୁ କ୍ଷତିପୂରଣ ଦାବି କରିଛନ୍ତି।

ତେବେ ଦାବିପୂରଣ ନ ହେଲେ ଆଗାମୀ ଦିନରେ ତୈଳ କମ୍ପାନୀ ବିରୋଧରେ ଆଇନର ସହାୟତା ନିଆଯିବ । ଦୁଇ ଦିନ ଧରି ତୈଳକମ୍ପାନୀ ମାନଙ୍କ ଠାରୁ କୌଣସି ପ୍ରଡକ୍ଟ କିଣା ହେବ ନାହିଁ ବୋଲି ଡିଲର୍ସ ଆସୋସିଏସନ ପକ୍ଷରୁ କୁହାଯାଇଛି ।

ଏନେଇ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍ର ସଭାପତି ଶଶାଙ୍କ ଶେଖର ସାହୁ କହିଛନ୍ତି ଯେ, ‘କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ଆମେ ଅନୁରୋଧ କରୁଛୁ ସେମାନେ ଭ୍ୟାଟ୍‌ କମାନ୍ତୁ ହେଲେ ଏପରି ଭାବରେ କମାଇଲେ ଡିଲର ମାନେ କ୍ଷତି ସହୁଛୁ । ଯାହା କାରଣରୁ ଗୋଟିଏ ରାତିରେ ପ୍ରତି ଡିଲର୍ ୧୦ରୁ ୧୨ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି । ତେଣୁ ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେ ଆଗାମୀ ଦୁଇ ଦିନ ପାଇଁ ସଂନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛୁ ହେଲେ ଦିନରେ ପେଟ୍ରୋଲ ପମ୍ପ ଖୋଲାଯିବ । ଏହାସହ ଦୁଇ ଦିନ ପାଇଁ କମ୍ପାନୀରୁ କୌଣସି ପ୍ରଡକ୍ଟ ନ କିଣିବା ପାଇଁ ମଧ୍ୟ ଡିଲରମାନଙ୍କୁ କୁହାଯାଇଛି’ ।