Advertisment

ରାଜ୍ୟରେ କମିଲା ପେଟ୍ରୋଲ୍‌ ଓ ଡିଜେଲ୍‌ ଦର; ଜାଣନ୍ତୁ ଆପଣଙ୍କ ସହରରେ କେତେ..

ରାଜ୍ୟରେ କମିଛି ତୈଳ ଦର । କେନ୍ଦ୍ର ସରକାର ପକ୍ଷରୁ ପେଟ୍ରୋଲ ପିଛା ୫ଟଙ୍କା ଓ ଡିଜେଲ୍ ଦର ପିଛା ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଯାଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

Petrol, Diesel Prices Cut

ଭୁବନେଶ୍ୱର : ରାଜ୍ୟରେ କମିଛି ତୈଳ ଦର । କେନ୍ଦ୍ର ସରକାର ପକ୍ଷରୁ ପେଟ୍ରୋଲ ପିଛା ୫ଟଙ୍କା ଓ ଡିଜେଲ୍ ଦର ପିଛା ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଯାଇଛି । ଫଳରେ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ୧୦୪ ଟଙ୍କାରୁ ଅଧିକ ରହିଛି । ସେହିପରି ଡିଜେଲ୍‌ ଦର ୯୪ ଟଙ୍କାକୁ ଖସିଛି । କଟକରେ ୧୦୫ ଟଙ୍କା ପେଟ୍ରୋଲ ଓ ଡିଜେଲ୍ ୯୪ ଟଙ୍କା ରହିଛି । ବାଲେଶ୍ୱରରେ ୧୦୫ ଟଙ୍କା ପେଟ୍ରୋଲ ଦର ରହିଥିବାବେଳେ ଡିଜେଲ୍ ୯୪ ଟଙ୍କା ରହିଛି । ରାଉରକେଲାରେ ପେଟ୍ରୋଲ ୧୦୬ ଟଙ୍କା ଓ ଡିଜେଲ ଦର ୯୫ ଟଙ୍କାରେ ପହଞ୍ଚିଛି । ହେଲେ ମାଲକାନଗିରିରେ ଏବେ ବି ସବୁଠୁ ଅଧିକ ରହିଛି ପେଟ୍ରୋଲ ଦର ।

Advertisment

ସେହିପରି ଆଜି ମାଲକାନଗିରିରେ ପେଟ୍ରୋଲ ୧୧୦ ଟଙ୍କା ଓ ଡିଜେଲ୍ ୧୦୦ ଟଙ୍କା ଉପରେ ରହିଛି । ପୂର୍ବରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଥିବା ବେଳେ ଗତକାଲି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ୩ଟଙ୍କା ଲେଖାଏଁ ଭାଟ୍ ହ୍ରାସ କରିଥିଲେ ରାଜ୍ୟ ସରକାରଙ୍କ ପକ୍ଷରୁ କମାଯାଇଥିବା ଭାଟ୍ ଆଜି ମଧ୍ୟରାତ୍ରରୁ ନୂଆ ଦର ଲାଗୁହେବ ।

Advertisment

ଗତକାଲି ମଧ୍ୟ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମିଥିଲା । ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ଏହାର ଦାମ୍‌ କମିଥିଲା। ଗତ କିଛିଦିନ ଧରି ଯେଉଁଭଳି ଭାବରେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଥିଲା, ଏନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ହେଲେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରେଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି । ଏହାସହ ଭାଟ୍ କମାଇବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି ।

Odisha Today Petrol Price
Advertisment
Advertisment