• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ୧୩୭ ଦିନ ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ସୂଚନା ମିଳିଛି । ଭୁବନେଶ୍ୱରରେ ପେଟ୍ରୋଲ ୯୬, ଡିଜେଲ ୯୧ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨.୭୪ ଥିବା ବେଳେ ଡିଜେଲ ୯୨.୫୪ ଟଙ୍କା ରହିଛି ।

ବାଲେଶ୍ୱରରେ ପେଟ୍ରୋଲ ୮୫, ଡିଜେଲ ୮୬ ପଇସା ବୃଦ୍ଧି ପାଇଛି । ତେବେ ବାଲେଶ୍ୱରରେ ପେଟ୍ରୋଲ ୧୦୨.୬୫ ଓ ଡିଜେଲ ୯୨.୪୯ ଟଙ୍କା ରହିଛି । ରାଉରକେଲାରେ ପେଟ୍ରୋଲ ୮୫, ଡିଜେଲ ୮୬ ପଇସା ବୃଦ୍ଧି ପାଇଛି । ରାଉରକେଲାରେ ପେଟ୍ରୋଲ ୧୦୩.୭୯ ଓ ଡିଜେଲ ୯୩.୫୯ ଟଙ୍କା ରହିଛି । ମାଲକାନଗିରିରେ ପେଟ୍ରୋଲ ୮୪, ଡିଜେଲ ୮୬ ପଇସା ବୃଦ୍ଧି ପାଇଛି । ମାଲକାନଗିରିରେ ପେଟ୍ରୋଲ ୧୦୮.୩୯ ଓ ଡିଜେଲ ୯୮.୩୦ ଟଙ୍କା ରହିଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମାର୍ଚ୍ଚ ୨୨ରେ ପେଟ୍ରୋଲ ଦର ୧୦୯. ଟଙ୍କା ୯୮ ପଇସାରୁ ୧୧୦.୮୨ ଟଙ୍କାକୁ ବୃଦ୍ଧି ପାଇଛି । ଡିଜେଲ ଦର ମଧ୍ୟ ୯୫ ଟଙ୍କାରେ ପହଁଚିଛି । ଯାହା ପୂର୍ବରୁ ୯୪.୧୪ ଟଙ୍କା ରହିଥିଲା ।  କୋଳକତାରେ ଆଜି ପେଟ୍ରୋଲ ଦାମ ଲିଟର ପ୍ରତି ୧୦୫.୪୭ ଟଙ୍କା ଥିବା ବେଳେ ଡିଜେଲ ଦାମ୍‌ ୯୦.୫୯ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ପେଟ୍ରୋଲ ଦାମ୍‌ ୧୦୨.୧୬ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ  ଲିଟର ପିଛା ୯୨.୧୯ ଟଙ୍କାରେ ପହଞ୍ଚିଛି।

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ପ୍ରଭାବରେ ଅଶୋଧିତ ତେଲ ବ୍ୟାରେଲ ପ୍ରତି ୧୩୦ ଡଲାର ପାର୍‌ କରି ଯାଇଥିଲା। କିନ୍ତୁ ଉକ୍ତ ସମୟରେ ଆମ ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ହେତୁ ତେଲ ରେଟ୍‌ ଅପରିବତ୍ତିଆତ ରହିଥିଲା। କିନ୍ତୁ ଏବେ  ଅନ୍ତର୍ଜାତୀୟ ବଜାରରେ Brent Oil ଦର ଖସି  ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିଥିବା ବେଳେ ଦେଶରେ ବଢ଼ିଛି ଦାମ୍‌ ।