• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଜୁଳି ବଳକା ରାଜ୍ୟରେ ଘନଘନ ବିଦ୍ୟୁତ୍ କାଟ । ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ବିଜୁଳି କାଟକୁ ନେଇ ଅଳ୍ପବହୁତେ ରାଜ୍ୟବ୍ୟାପୀ । ସମସ୍ତଙ୍କୁ ଦହଗଞ୍ଜ ହେବାକୁ ପଡ଼ୁଛି । କୁହାଯାଉଛି ହାଇଡ୍ରୋ ପାଓ୍ୱାର ଉତ୍ପାଦନରେ ବିଫଳତା ହିଁ ଏକ ବଡ଼ କାରଣ । ରାଜ୍ୟରେ ଜଳ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୨ ହଜାର ୯୯ ମେଗାଓ୍ୱାଟ୍ । ହେଲେ ମୋଟ୍ ୭ଟି ଜଳ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରୁ ଏବେ ଉତ୍ପାଦିତ ହେଉଛି । ମାତ୍ର ୫ ଶହ ୫୬ ମେଗାଓ୍ୱାଟ୍ ଅର୍ଥାତ୍ କ୍ଷମତାର ପ୍ରାୟ ୪ ଭାଗରୁ ଭାଗେ ଜଳ ବିଦ୍ୟୁତ୍ ଉତ୍ପାଦନ ହୋଇପାରୁଛି ।

ଏମିତିକି ଆଜିକା ଦିନରେ ଗତବର୍ଷ ତୁଳନାରେ ଜଳଭଣ୍ଡାରରେ ପାଣିର ବି ଅଭାବ ନାହିଁ । ଯେମିତି ହୀରାକୁଦ ଜଳ ଭଣ୍ଡାରରେ ଗତବର୍ଷ ଏପ୍ରିଲ ୨୩ ଜଳସ୍ତର ୬୦୮.୭୩ ଫୁଟ ପାଣି ଥିବାବେଳେ, ସେଇ ଏକା ଦିନରେ ଏବର୍ଷ ପାଖାପାଖି ଅଧିକ ୪ଫୁଟ । ଅର୍ଥାତ ୬୧୨.୮୩ ଫୁଟ ପାଣି ଅଛି । ସେମିତି ରେଙ୍ଗାଳିରେ ବି ଗତବର୍ଷ ତୁଳନାରେ ଜଳସ୍ତର ଅଧିକ ଥିବା ବେଳେ ଉପରକୋଲାବରେ ପାଖାପାଖି ସମାନ ଅଛି ।

ଏସବୁ ସତ୍ତ୍ୱେ ବିଭିନ୍ନ କାରଣରୁ ଉତ୍ପାଦନ କିନ୍ତୁ ବଢୁନି । ଯେମିତିକି ବାଲିମେଳା ଜଳଭଣ୍ଡାର ସମସ୍ତ ୮ଟି ୟୁନିଟ୍ କାର୍ଯ୍ୟକ୍ଷମ ଥିଲା ବେଳେ ମାତ୍ର ୩ଟି ୟୁନିଟରୁ ଉତ୍ପାଦନ ହେଉଛି । ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପର ୨ଟି ଟରବାଇନ୍ ଖରାପ ଥିବାରୁ ଏଠୁ ଗତବର୍ଷଠୁ ଜଳ ଉତ୍ପାଦନ କମି ଏବେ ଦୈନିକ ମାତ୍ର ୭୨ ମେଗାଓ୍ୱାଟ୍ ବିଜୁଳି ଉତ୍ପାଦନ ହେଉଛି । ଫଳ ହେଉଛି ଏୟା, ଯେଉଁଠି ବିଜୁଳି ଉତ୍ପାଦନ ହେଉଛି, ସେଇଠି ଖରାଦିନେ ବିଜୁଳି ପାଇଁ ଛଟପଟ ହେଉଛନ୍ତି ଉପଭୋକ୍ତା ।

ସେପଟେ ଶକ୍ତି ବିଶେଷଜ୍ଞଙ୍କ ମତରେ ଦୀର୍ଘଦିନ ଜଳଭଣ୍ଡାରର କ୍ଷମତା ନ ବଢ଼େଇବା, ଡ୍ରେଜିଙ୍ଗ କରା ନଯିବା ଭଳି କାରଣରୁ ବିଦ୍ୟୁତ୍ ଉତ୍ପାଦନ କମୁଥିବାରୁ ଏଥିପ୍ରତି ନିହାତି ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସେପଟେ ମନ୍ତ୍ରୀ କହିଛନ୍ତି ଜଳଭଣ୍ଡାରରେ କ୍ଷମତା ଠାରୁ ଏବେ କମ୍ ଜଳସ୍ତର ରହୁଛି । ତେବେ ରାଜ୍ୟରେ ଜଳବିଦ୍ୟୁତ୍ ଉତ୍ପାଦନରେ ଏବେ ସେଭଳି ସଂକଟଜନକ ସ୍ଥିତି ନାହିଁ ବୋଲି ସେ କହିଛନ୍ତି ।