Advertisment

‘ପୋଲିସ୍‌ ଆଗ ନିଜ ଗାଡ଼ିର କାଗଜପତ୍ର ଠିକ୍ କରୁ, ପରେ ଲୋକଙ୍କ ଗାଡି ଚେକିଂ କରିବ’

ପୋଲିସ୍‌ ସମସ୍ତ ଗାଡ଼ିକୁ ଅଟକାଇ ଚେକିଂ କରୁଥିଲା। ହେଲେ ଲୋକମାନେ ପୋଲିସ ଗାଡିକୁ ଚେକିଂ କଲେ। ଫଳ ହେଲା ଓଲଟା। ଶେଷରେ ଲୋକଙ୍କ ଆକ୍ରୋଶର ଶିକାର ହେଲେ ପୋଲିସ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
People checking police vehicle

People checking police vehicle

ସାଧାରଣ ଲୋକଙ୍କ ଗାଡ଼ିର କାଗଜପତ୍ର ଚେକିଂ କରୁ ନିଜେ ହଟହଟା ହେଲେ ପୋଲିସ ବାବୁ। ପୋଲିସ୍‌ ସମସ୍ତ ଗାଡ଼ିକୁ ଅଟକାଇ ଚେକିଂ କରୁଥିଲା। ହେଲେ ଲୋକମାନେ ପୋଲିସ ଗାଡିକୁ ଚେକିଂ କଲେ। ଫଳ ହେଲା ଓଲଟା। ଶେଷରେ ଲୋକଙ୍କ ଆକ୍ରୋଶର ଶିକାର ହେଲେ ପୋଲିସ। 

Advertisment

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ସ୍ଥାନୀୟ ପାଳଦାବାଙ୍କଠାରେ ଲୋକଙ୍କୁ ଅଟକାଇ ଗାଡିର କାଗଜପତ୍ର, ହେଲ୍‌ମେଟ୍‌ ଓ ମାସ୍କ ଚେକିଂ କରୁଥିଲେ। ଯେଉଁ ଡ୍ରାଇଭରଙ୍କ ଗାଡ଼ି କାଗଜପତ୍ର ଠିକ୍ ନଥିଲା ସେମାନଙ୍କଠୁ ଫାଇନ ଆଦାୟ କରୁଥିଲା ପୋଲିସ। ହେଲେ ଏହି ସମୟରେ ପୋଲିସ ବ୍ୟବହାର କରୁଥିବା ବୋଲେରୋ OD22 G-9867 ଗାଡିର ଫିଟନେସ୍ ଓ ଇନସ୍ୟୁରାନ୍ସ ସରିଯାଇଥିବା ଅନଲାଇନ ପୋର୍ଟାଲରେ ସେଠାରେ ଉପସ୍ଥିତ ଥିବା ଲୋକେ ଦେଖିବାକୁ ପାଇଥିଲେ। ଫଳରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇପଡିଥିଲେ।  

ପୋଲିସ ଆଗ ନିଜ ଗାଡ଼ିର କାଗଜପତ୍ର ଠିକ୍ କରୁ, ତାପରେ ଲୋକଙ୍କ ଗାଡି ଚେକିଂ କରୁ ବୋଲି ଉପସ୍ଥିତ ଜନତା କହିବାରୁ ପୋଲିସ ଓ ଲୋକଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା।  

Advertisment
Traffic Rules Motor Vehicle Checking Violation Of Traffic Rules
Advertisment
Advertisment