Advertisment

କଟକଣା ମାନିଲେ ନାହିଁ, ଜଳାଶୟରେ ଏକାଠି ହୋଇ ଡଙ୍ଗା ଭସାଇଲେ

କରୋନା କଟକଣାକୁ ଫୁ' କଲେ, ସାରା ରାଜ୍ୟର ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

author-image
Sarbeswar
Danga Bhasa

Danga Bhasa

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା। ସାରା ରାଜ୍ୟରେ ପାଳନ ହେଉଛି ବୋଇତ ବନ୍ଦାଣ ଉତ୍ସବ। ରାଜ୍ୟ ଦେଶ ତଥା ବିଦେଶର ଅନେକ ସ୍ଥାନରେ ଏହି ଉତ୍ସବ ପାଳନ କରୁଛନ୍ତି ଓଡ଼ିଆ ଭାଷା ଭାଷୀ। ତେବେ କରୋନା ସ୍ଥିତିରୁ ରାଜ୍ୟରେ ସମୁଦ୍ର ବେଳା ଓ ଜଳାଶୟ ଗୁଡିକରେ ଅଧିକ ଭିଡ଼ ହେବା ସମ୍ଭାବନା ଥିବାରୁ ଏହିସବୁ ସ୍ଥାନ ଗୁଡିକରେ ବୋଇତ ବନ୍ଦାଣ ଉପରେ ମଧ୍ୟ କଟକଣା ଲଗାଇଥିଲା ପ୍ରଶାସନ।

Advertisment

ତେବେ ବିଏମସିର କଟକଣା ସତ୍ତ୍ୱେ ରାଜଧାନୀର ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଛି। କେବଳ ରାଜଧାନୀରେ ନୁହେଁ ହରଂ ସେପଟେ କଟକ ସହରରେ ସର୍ବସାଧାରଣ ଡଙ୍ଗା ଭସା ଉପରେ ବି ଲାଗିଛି କଟକଣା । ଏପଟେ ଗଂଜାମରେ ଆଜି ଅପରାହ୍ନ ୨ ପର୍ଯ୍ୟନ୍ତ ସମସ୍ତ ସମୁଦ୍ର କୂଳରେ ଲାଗିଛି କଟକଣା। ଗୋପାଳପୁର ବେଳାଭୂମି ଉପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ କଡା ନଜର ରହିଛି ।

ସେପଟେ, ଧର୍ମମାସ କାର୍ତ୍ତିକର ଆଜି ଶେଷ ଦିନ। ମାସକ ଯାକ ହବିଷ ଖାଇ ନିଷ୍ଠାର ସହ ବ୍ରତ ପାଳୁଥିବା ହବିଷ୍ୟାଳୀଙ୍କ ପାଇଁ ଅନ୍ତିମ ଦିନ । ଆଜି ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରି ବ୍ରତର ଶେଷ ଦିନ ପାଳନ କରିବେ ହବିଷ୍ୟାଳି । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା। ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଫଳରେ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନରୁ ବଂଚିତ ହେବେ ଶ୍ରଦ୍ଧାଳୁ।

Advertisment
Kartik Purnima
Advertisment
Advertisment