• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିବାହ ହେଉଛି ଦୁଇଟି ହୃଦୟର ମିଳନ । ହେଲେ ଆଠଗଡ଼ ଅଞ୍ଚଳର ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି । ଝିଅପୁଅ ମଧ୍ୟରେ ନୁହେଁ ଏଠାରେ ବନକନ୍ୟା ସାଜିଛନ୍ତି ବର ଗଛ ଓ ଓସ୍ତ ଗଛ । ଆଉ ଖୁବ୍‌ ଧୁମଧାମରେ ବର ସହ ଓସ୍ତ ଗଛର ବିବାହ କରାଯାଇଛି । ତେବେ ପୂରା ଅଞ୍ଚଳର ଏହି ନିଆରା ବିବାହକୁ ନେଇ ଚର୍ଚ୍ଚା ହେଉଛି ।

ବର ସାଜିଛି ଓସ୍ତ ଏବଂ କନିଆଁ ସାଜିଲା ବର ଗଛ ।  ବର ଆଉ ଓସ୍ତ ଗଛ ବାହାଘର କଥାଟା ଶୁଣିଲେ ଟିକେ ଅଡ଼ୁଆ ଲାଗି ପାରେ ହେଲେ ଆଠଗଡ଼ ରାଧାମାଧବପୁର ଗାଁର ଦୁଇ ସାଙ୍ଗ ଏହି ବିବାହ କରାଇଛନ୍ତି । ୧୯୮୨ ମସିହାରେ ବର ଓ ଓସ୍ତ ଗଛ ଗଛ ଲଗାଇ ଥିଲେ ଦୁଇ ସାଙ୍ଗ । ଏହାର ଠିକ୍ ୪୦ ବର୍ଷ ପରେ କୋଭିଡି -19ର ନିମୟ ଭିତରେ ଏହି ବାହାଘର ହୋଇଛି । ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ଢୋଲ ମହୁରୀ ଶଙ୍ଖ ହୁଳହୁଳିରେ କମ୍ପିଥିଲା ରାଧାମାଧବପୁର ଗାଁ । ସମ୍ପୂର୍ଣ୍ଣ ହିନ୍ଦୁ ରିତି ନୀତି ଅନଯାୟୀ ବାହାଘର ହୋଇଛି ।

ତେବେ ଏହି ବିବାହରେ ବର ଯାତ୍ରୀ ଓ କନିଆଁ ଯାତ୍ରୀ ବି ଉପସ୍ଥିତ ଥିଲେ । ଶୁଭ ବେଳା ଓ ମୁହୂର୍ତ୍ତ ଦେଖି ଗୁରୁବାର ଦୁଇ ଗଛର ବାହାଘର କରାଯାଇଛି । ଏହା ଭିତରେ ଦୁଇ ସାଙ୍ଗଙ୍କ ବୟସ ବଢ଼ି ଗଲାଣି, କିନ୍ତୁ ବନ୍ଧୁତ୍ୱ ସେହିପରି ନିବିଡ଼ ରହିଛି । ଦୁଇ ସାଙ୍ଗ କନ୍ୟା ପିତା ଏବଂ ବର ପିତା ହୋଇ ବାହାଘର କରାଇଛନ୍ତି ।

ଆଠଗଡ଼ରୁ ନିଶିକାନ୍ତ ଦୋରାଙ୍କ ରିପୋର୍ଟ