• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ହସିବା ମହଙ୍ଗା ପଡ଼ିଲା । ବନ୍ୟା ସମୀକ୍ଷା ବୈଠକରେ ସିନିୟର ଅଧିକାରୀଙ୍କ ଆଗରେ ହସି ଦେବାରୁ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ । ଅବଶ୍ୟ ସେହି ହସ ଭିତରେ ଲୁଚି ରହିଥିଲା ସରକାରୀ ଦୁର୍ନୀତିର ଇଙ୍ଗିତ । ସେଥିପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

କନିଷ୍ଠ ଯନ୍ତ୍ରୀ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ମିହିର ପଣ୍ଡା । କାରଣ ଦର୍ଶାଅ ନୋଟିସର ପ୍ରତିବାଦ କରି ସେ କହିଛନ୍ତି, ଲଢ଼େଇ ଜାରି ରହିବ । ସେ କହିଛନ୍ତି, ବନ୍ୟା ସମୟରେ ଗୋଟିଏ ପଞ୍ଚାୟତରେ ମାତ୍ର ୪୦-୫୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଥିଲା । ପରିଦର୍ଶନ ସମୟରେ ସେ ନିଜେ ଏହା ଦେଖିଥିଲେ । କିନ୍ତୁ ୮୫୦ ଜଣଙ୍କୁ ରନ୍ଧାଖାଦ୍ୟ ବଣ୍ଟା ଯାଇଥିବାର ଏକ ମେସେଜ୍ ଆସିଥିଲା । ଏହା ଦେଖି ସେ ହସି ଦେଇଥିବା କହିଛନ୍ତି ମିହିର ।

ଏହି କାରଣରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ପରେ ଅବଶ୍ୟ ତାକୁ ବ୍ଲକ ପ୍ରଶାସନ ପକ୍ଷରୁ ଲୁଚାଇ ଦିଆଯାଇଥିବା କହିଛନ୍ତି ମିହିର ।  ଆରପଟେ ପିଡି ରବୀନ୍ଦ୍ର ସାହୁ କହିଛନ୍ତି, କାର୍ଯ୍ୟରେ ଅବହେଳା ପାଇଁ ମିହିରଙ୍କୁ ନୋଟିସ୍ କରାଯାଇଛି ।