• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମଝି ରାସ୍ତାରେ ଯାତ୍ରୀଙ୍କୁ କନ୍ଦାଇଲା ମୋ ବସ୍ । କଟକ କାଠଯୋଡି ରିଙ୍ଗ୍‌ ରୋଡ ରାଜାବଗିଚା ନିକଟରେ ମଝି ରାସ୍ତାରେ ଅଟକିଲା ମୋ ବସ୍ । ବସ୍‌ର ଆଗ ପଛ ଦୁଇଟି ଡୋର୍ ନଖୋଲିବାରୁ ଯାତ୍ରୀଙ୍କ ମଧ୍ୟରେ କିଛି ସମୟ ପଶିଲା ଛନକା । ବେଶ କିଛି ସମୟ ଧରି ସ୍ଥାନୀୟ ଲୋକଙ୍କ ଚେଷ୍ଟା ପରେ ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।

କନ୍ଦରପୁରରୁ ଧବଳେଶ୍ୱର ଅଭିମୁଖେ ଯାଉଥିବା ୮୩  ନମ୍ବର ରୁଟ୍‌ର ଏକ ମୋ ବସ୍ ରାଜବଗିଚା ନିକଟରେ ହଠାତ ଖରାପ ହୋଇଯାଇଥିଲା । ଫଳରେ ବସ୍‌ର ଦୁଇଟି ଯାକ ଡୋର ଖୋଲି ନଥିଲା । ଏଥିପାଇଁ ବସ୍‌ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । କେହି କେହି ଯାତ୍ରୀ ଝରକା ବାଟେ ବାହାରକୁ ଆସିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।

ଅନ୍ୟ କିଛି ଯାତ୍ରୀ ଡ୍ରାଇଭର ପାର୍ଶ୍ୱ ଡୋର ଦେଇ ବାହାରକୁ ଆସିଥିଲେ । ଶେଷରେ ସ୍ଥାନୀୟ ଲୋକଙ୍କ ଚେଷ୍ଟାରେ ଡୋର ଖୋଲା ଗଲାପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିଲେ ।