/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653632619.jpg)
Parents Beg To Finance Treatment
କିଡନୀ ଆକ୍ରାନ୍ତ ୨୨ବର୍ଷୀୟ ଭେଣ୍ଡିଆ ପୁଅକୁ ବଞ୍ଚାଇବା ପାଇଁ ଭିକ ମାଗୁଛନ୍ତି ବାପା-ମାଆ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଦେଖିବାକୁ ମିଳିଛି ଏହି ହୃଦୟବିଦାରକ ଦୃଶ୍ୟ । ପୁଅର ଜୀବନ ବଂଚାଇବାକୁ ହେଲେ କୀଡନି ପ୍ରତିରୋପଣ ଏକମାତ୍ର ବାଟ ହେଲେ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଏଲେସିସ ପାଇଁ କେବଳ ମାତ୍ର ୧୫ଶହ ଟଙ୍କାର ସହାୟତା ମିଳୁଥିବାରୁ ଅନ୍ୟ ଚିକିତ୍ସା ପାଇଁ ଅଧିକ ଟଙ୍କା ଦରକାର ତେଣୁ ଭିକ୍ଷା ମାଗୁଛନ୍ତି ବାପା-ମାଆ ଓ ସମ୍ପର୍କୀୟ ।
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ର ପଥରା ଗାଁର ମଝି ସାହିରେ ରହୁଥିବା ଲକ୍ଷ୍ଣଣ ସାଧବ ଓ ପତ୍ନୀ ସଞ୍ଜୁତଙ୍କ ୨୨ ବର୍ଷୀୟ ପୁଅ ନିରାକାର ସାଧବ କିଡ୍ନୀ ରୋଗରେ ଆକ୍ରାନ୍ତ । ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା-ମାଆ ।
ସୂଚନା ଅନୁସାରେ, ନିରାକାର ରୋଜଗାର ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ହେଲେ ଦେହ ଅସୁସ୍ଥ ହେବାରୁ ଘରକୁ ଫେରି ଆସିଥିଲେ । ଡାକ୍ତରଙ୍କୁ ଦେଖାଇବା ପରେ ସେ କିଡ୍ନୀ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ସେବେଠାରୁ ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲରେ ଦେଖାଇଥିଲେ ବି ତାଙ୍କର ଏହି ରୋଗ ଭଲ ହୋଇନଥିଲା । ଚିକିତ୍ସା ପାଇଁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲାଣି ଏମିତିକି ଘରର ସୁନା-ରୂପା ବିକ୍ରି କରିସାରିଲେଣି । ହେଲେ ବି କୌଣସି ସୁଫଳ ମିଳୁନାହିଁ ।
ଏବେ ସପ୍ତାହକୁ ୩ ଥର ଡାଏଲିସିସ ହେଉଛି ବିଜୁ ସ୍ବାସ୍ଥ୍ୟ କାର୍ଡରୁ ପ୍ରତି ଡାଏଲିସିସ ପିଛା ୧୫ ଶହ ଟଙ୍କା ମିଳୁଛି ହେଲେ ତାହା ପଯର୍ୟାପ୍ତ ହେଉନି । ବାପା ଲଷ୍ମଣ ଜଣେ ମତ୍ସ୍ୟଜୀବୀ ନିଇତି ମାଛ ମାରି ଆଣିଲେ ପରିବାର ଚଳେ । ଏଭଳି ସ୍ଥିତିରେ ପୁଅର ଅଧିକ ଚିକିତ୍ସା କେମିତି କରିବେ ସେହି ଚିନ୍ତା ଘାରିଛି। ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ନିରାକାରଙ୍କ ଚିକିତ୍ସା କରାଉଥିବା ବେଳେ କିଡନୀ ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ଏଥିପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବା ବେଳେ ଟଙ୍କା ଯୋଗାଡ ହୋଇପାରୁନି । ଯାହାକୁ ନେଇ ଚିନ୍ତାରେ ପୁରା ପରିବାର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)