Advertisment

ନୂଆପଡ଼ାରେ ଆତଙ୍କ, ପୁଣି ବାଛୁରୀ ମାରି ଖାଇଲା କଲରାପତରିଆ ବାଘ

ନୂଆପଡ଼ା ସଦର ରେଞ୍ଜ ଆମାନାରା ପଂଚାୟତରେ ବାଘ ଆତଙ୍କ । ଜଣଙ୍କ ଗାଈ ଗୁହାଳରୁ ବାଛୁରୀକୁ ଶୀକାର ଅଭିଯୋଗ । ଗତ ମାସେ ତଳେ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରୁ ଆସିଥିଲା ବାଘୁଣୀ । ଶାବକ ସହ ଖାଦ୍ୟ ସନ୍ଧାନରେ ବାଘୁଣୀ ଆସୁଥିବା ଅନୁମାନ କରାଯାଉଛି ।

ଅଦ୍ୟତନ ହୋଇଛି
Nuapada Tiger Attack

Tiger Attack

Advertisment

ନୂଆପଡ଼ା ସଦର ରେଞ୍ଜ ଅଧିନ ଆମାନାରା ପଂଚାୟତରେ କିଛି ଦିନର ନୀରବତା ପରେ ପୁଣି ରକ୍ତମୁଖା ହୋଇଛି ବାଘୁଣୀ। ଆଜି ସକାଳୁ ପାୱାରତୋଲା ଗାଁର ଜଣଙ୍କ ଗାଈ ଗୁହାଳରୁ ବାଛୁରୀକୁ ଟାଣି ନେଇ ବାଘୁଣୀ ମାରି ଖାଇଥିବା ସୂଚନା ମିଳିଛି।

Advertisment

ଗତ ମାସେ ହେବ ଆମାନାରା ପଂଚାୟତ ମୁଷରଙ୍ଗୀ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଶାବକ ସହ ବାଘୁଣୀ ଖାଦ୍ୟ ସନ୍ଧାନରେ ଆସିଥିଲା। ସେଦିନ ଠାରୁ ଆମାନାରା ପଂଚାୟତ ତରିଆମହୁଆଭଟା ସମେତ ପାୱାରତୋଲା, ମୋହରାଡ଼ିହି ଗାଁରେ ଲାଗିରହିଥିଲା ବାଘୁଣିର ଆତଙ୍କ। ଆଉ ଆଜି ପାୱାରତୋଲା ଗାଁର ଚିଟିରାମ ସତନାମୀ ନାମକ ଜଣେ ବ୍ୟକ୍ତିଙ୍କ ଗାଈ ଗୁହାଳରେ ପଶି ବାଛୁରୀକୁ ଶୀକାର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବର୍ତ୍ତମାନ ଆତଙ୍କିତ ହୋଇଛନ୍ତି ସ୍ଥାନୀୟ ଲୋକେ ।

ଅଧିକ ପଢ଼ନ୍ତୁ: ମାତିଛି ମହାବଳ; ୪ ମଇଁଷିକୁ ମାରି ଖାଇଦେଲା

ଗତ କିଛିଦିନ ଧରି ନୂଆପଡ଼ା ଜିଲ୍ଲା ରେ ଆତଙ୍କ ଖେଳାଇଛି ବାଘ। ପୂର୍ବରୁ ସୁନାବେଡା ଅଭୟାରଣ୍ୟର ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ମାରି ଖାଇବା ପରେ ଗାଁରେ ୧୩ଟି ଟ୍ରାକ୍ କ୍ୟାମେରା ଲଗା ଯାଇଥିଲା । ଟ୍ରାକ୍ କ୍ୟାମେରାରେ ବାଘର ଫଟୋ ଆସିଥିବା ବେଳେ ସଦର ରେଞ୍ଜ ତରିଆମହୁଆଭଟା ଗାଁରେ ଲଗା ଯାଇଥିବା କ୍ୟାମେରାରେ ମଧ୍ୟ ବାଘର ଫଟୋ ଆସିଥିଲା ।

Advertisment

ତେବେ ପୂର୍ବ ସପ୍ତାହରୁ ଗାଁରୁ ୨ଟି ଗାଈ ଓ ଗୋଟିଏ ବାଛୁରୀକୁ ଗୁହାଳରୁ ଟାଣି ନେଇ ବାଘ ଖାଇଦେବା ପରେ ଗାଁରେ ବାଘର ଆତଙ୍କ ଖେଳିଯାଇଥିଲା । ଏମିତିକି ସନ୍ଧ୍ୟା ହେଲେ ଗାଁରେ ତାଟିକବାଟ ବି ପଡିଯାଉଥିଲା। ବାଘ ମାତିବା ପରେ ବନବିଭାଗ ମାଇକ୍‌ ଯୋଗେ ପ୍ରଚାର କରି ଲୋକଙ୍କୁ ସଚେତନ ବି କରୁଥିଲା । ଏବେ ପୁଣି ବାଛୁରୀ ମାରିବା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଛି। 

Tiger Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ