Advertisment

ଲୁଡୁ ଖେଳରୁ ଲଭ୍ ଷ୍ଟୋରି; ପାକିସ୍ତାନରୁ ଲୁଚି ଭାରତ ପଳେଇ ଆସିଲେ ଯୁବତୀ

ଜଣେ ପାକିସ୍ତାନୀ ଯୁବତୀ ଅନ୍‌ଲାଇନ୍‌ରେ ଲୁଡୁ ଖେଳୁଥିବା ସମୟରେ ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡିଗଲେ। ତାଙ୍କ ଭଲ ପାଇବା ନେଇ ସେ ପାକିସ୍ତାନରୁ ଭାରତ ଚାଲିଆସିଲେ। କିଛି ଦିନ ସେମାନେ ଏକାଠି ମଧ୍ୟ ରହିଲେ। ହେଲେ…

author-image
Pramod Behera
ଅଦ୍ୟତନ ହୋଇଛି
Pakistani Girl Fell In Love With Indian Boy During Online Ludo Game

Pakistani girl fell in love with Indian boy during online ludo game

ପୂର୍ବରୁ ସମୟ କାଟିବା ପାଇଁ ଲୋକେ ଘରେ ହେଉ କି ଗଛମୂଳେ ଏକାଠି ବସି ବସି କ୍ୟାରମ୍, ଲୁଡୁ, ତାସ୍ ଆଦି ଖେଳୁଥିଲେ। ବର୍ତ୍ତମାନ ଏହି ଖେଳଗୁଡିକ ଅନଲାଇନ୍‌ରେ ମିଳିଯାଉଛି। ଲୋକେ ଘଣ୍ଟା ଘଣ୍ଟା ଧରି ଅନ୍‌ଲାଇନ୍ ଗେମ୍ ଖେଳୁଛନ୍ତି। ତେବେ ନିକଟରେ ଏକ ମାମଲା ଆସିଛି ଯେଉଁଠାରେ ଅନ୍‌ଲାଇନ୍ ଖେଳ ଖେଳୁ ପ୍ରେମ ହୋଇଯାଇଛି।

Advertisment

ସୂଚନା ମୁତାବକ ଜଣେ ପାକିସ୍ତାନୀ ଯୁବତୀ ଅନ୍‌ଲାଇନ୍‌ରେ ଲୁଡୁ ଖେଳୁଥିବା ସମୟରେ ଜଣେ ଭାରତୀୟ ଯୁବକଙ୍କ ପ୍ରେମରେ ପଡିଗଲେ। ତାଙ୍କ ଭଲ ପାଇବା ନେଇ ସେ ପାକିସ୍ତାନରୁ ଭାରତ ଚାଲିଆସିଲେ। କିଛି ଦିନ ସେମାନେ ମଧ୍ୟ ଏକାଠି ରହିଲେ। କିନ୍ତୁ ପୋଲିସର ନଜର ପଡିଯିବାରୁ ସେମାନଙ୍କ ପ୍ରେମ କାହାଣୀରେ ମୋଡ଼ ଆସିଛି।

ଅଧିକ ପଢ଼ନ୍ତୁ: ପ୍ରଥମ ଦେଖାରେ ପ୍ରେମ; ଟାୟାର ମେକାନିକ୍‌ଙ୍କୁ ବାହାହେଲେ ଧନୀ ମହିଳା

Advertisment

ୟୁପିରୁ ଆସିଥିବା ୨୬ ବର୍ଷର ଯୁବକ ବେଙ୍ଗାଲୁରୁର ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ସେ ଅଧିକାଂଶ ସମୟ ଏକ ଅନଲାଇନ୍ ଗେମିଂ ଆପ୍‌ରେ ଲୁଡୁ ଖେଳିବାକୁ ଭଲ ପାଉଥିଲେ। ଏହା ମାଧ୍ୟମରେ ସେ ପାକିସ୍ତାନର ହାଇଦ୍ରାବାଦରେ ରହୁଥିବା ୧୯ ବର୍ଷର ଯୁବତୀ ଇକ୍‌ରା ଜୀୱାନୀଙ୍କ ସହ ଯୋଗାଯୋଗରେ ଆସିଥିଲେ।

ପ୍ରେମରେ ପଡ଼ିବା ପରେ ଦୁହେଁ ବିବାହ ପାଇଁ ଯୋଜନା ମଧ୍ୟ କରିଥିଲେ। ସାହସ ଦେଖାଇ ଯୁବତୀ ପାକିସ୍ତାନରୁ ଭାରତକୁ ଲୁଚି ପଳେଇଆସିଥିଲେ। ଯୁବକର କହିବାନୁସାରେ ଯୁବତୀ ଜଣକ ସେପ୍ଟେମ୍ବର ୨୦୨୨ ରେ ପାକିସ୍ତାନରୁ କାଠମାଣ୍ଡୁ ଆସି ନେପାଳ ଦେଇ ଭାରତ ଆସିଥିଲା। ବାଙ୍ଗାଲୋରରେ ପହଞ୍ଚିବା ପରେ ଦୁହେଁ ବିବାହ କରି ଏକ ଲେବର କ୍ୱାର୍ଟରରେ ରହିବାକୁ ଲାଗିଲେ।

ତେବେ ତାଙ୍କର ରହସ୍ୟ ଅଧିକ ଦିନ ତିଷ୍ଠି ପାରି ନଥିଲା ଏବଂ ଦିନେ ପୋଲିସ ଏ ବିଷୟରେ ଜାଣିବାକୁ ପାଇଲା। ନାବାଳିକାକୁ ପୋଲିସ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟକୁ ହସ୍ତାନ୍ତର କରିଥିବାବେଳେ ଯୁବକକୁ ଗିରଫ କରାଯାଇଛି। ନକଲି ଡକ୍ୟୁମେଣ୍ଟ ତିଆରି କରି ବେଆଇନ ଭାବେ ସହରରେ ରହିଥିବା ଅଭିଯୋଗ ହୋଇଛି। ଯୁବ ପ୍ରେମୀମାନେ ଭଲପାଇବା ଚକ୍କରରେ ଦୁଇ ଦେଶ ସୀମା ଉଲଂଘନ କରି ପରସ୍ପରକୁ ଭେଟିବାକୁ ସ୍ଥିର କରିନେଲେ।

Unique Love Story Love Story Ajab Gajab Ajab Gajab News
Advertisment
Advertisment