• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ରାଜଧାନୀର ଛକ ଛକରେ ଜଗିଛି ଅତ୍ୟାଧୁନିକ ଡିଭାଇସ୍

  • ଗାଡ଼ି ଚାଳକଙ୍କ ମୋବାଇଲକୁ SMS ଯୋଗେ ପଠାଯିବ ଚାଲାଣ

ରାଜଧାନୀ ଭୁବନେଶ୍ୱରରେ ୫୦ କିଲୋମିଟରରୁ ଅଧିକ ବେଗରେ ଗାଡି ଚଳାଇଲେ ଦେବାକୁ ପଡିବ ୭ ହଜାର ଟଙ୍କାର ଜରିମାନା । ବାରମ୍ବାର ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ଲାଇସେନ୍ସ । ଭୁବନେଶ୍ୱର ସିଟି ଭିତରେ ଓଭର ସ୍ପିଡିଂ ଉପରେ ଅଙ୍କୁଶ ଲଗାଇବାକୁ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଭୁବନେଶ୍ୱର ସ୍ମାଟ ସିଟି ଲିମିଟେଡ ଏବଂ ଟ୍ରାଫିକ ପୋଲିସ । ଦ୍ରୁତଚାଳକଙ୍କୁ ଜଗିବାକୁ ଟ୍ରାଫିକ ଛକରେ ଏଥିପାଇଁ ଅତ୍ୟାଧୁନିକ ଡିଭାଇସ୍ ଲଗାଇଯାଇଛି ।

ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲେ ସାବଧାନ! କାହିଁକି ନା ରାଜଧାନୀର ଛକ ଛକରେ ଜଗିଛି ଅତ୍ୟାଧୁନିକ ଡିଭାଇସ୍ । ଟ୍ରାଫିକ ଛକରେ ଖଞ୍ଜାଯାଇଛି ଅଟୋମେଟିକ ନମ୍ବର ପ୍ଲେଟ ରେକଗନିସନ ଏବଂ ଟ୍ରାଫିକ ଭାୟୋଲେସନ ଡିଟେକ୍ସନ ସିଷ୍ଟମ, ଯାହା ଆପଣଙ୍କ ଗାଡ଼ିର ବେଗକୁ ମାପିବ । ବେଗ ଘଣ୍ଟାପ୍ରତି ୫୦କିମିରୁ ଅଧିକ ହେଲେ ସିଧା ସମ୍ପୃକ୍ତ ଗାଡ଼ି ଚାଳକଙ୍କ ମୋବାଇଲକୁ SMS ଯୋଗେ ପଠାଯିବ ଚାଲାଣ ।

ଏଥିପାଇଁ ଜରିମାନା ବାବଦରେ ଚାଳକକୁ ଗଣିବାକୁ ପଡିବ ୭ ହଜାର ଟଙ୍କା । ଗାଡ଼ି ଚାଳକ ଡ୍ରାଇଭିଂ ଲାଇସେନ୍ସ ଦେଖାଇଲେ ଜରିମାନା ରାଶି ୨ ହଜାର ଟଙ୍କାକୁ କମାଇ ଦିଆଯିବ । କିନ୍ତୁ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ବାତିଲ କରାଯିବ । ଯଦି ଏଭଳି ତିନି ଥର ନିୟମ ଉଲ୍ଲଂଘନ କରନ୍ତି ତାହେଲେ ଚତୁର୍ଥ ଥର ବେଳକୁ ଡ୍ରାଇଭିଂ ଲାଇସେନ୍ସ ସଂପୂର୍ଣ୍ଣ ରଦ୍ଦ ହୋଇଯିବ । ସେହିପରି ଗାଡ଼ି ଚଲାଇବା ବେଳେ ମୋବାଇଲ୍ ଫୋନ୍‌ରେ କଥା ହେଉଥିଲେ ମଧ୍ୟ ଚାଲାଣ କଟିବ ।

ଓଭର୍ ସ୍ପିଡିଂ ପାଇଁ ରାଜଧାନୀର ରାଜରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଟ୍ରାଫିକ୍ ପୋଲିସ୍ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ କର୍ତ୍ତୃପକ୍ଷ । ୧୩ଟି ଟ୍ରାଫିକ ଛକ- ପଟିଆ, ପାୱାର ହାଉସ୍, କଳିଙ୍ଗ ଷ୍ଟାଡିୟମ୍, କ୍ୟାପିଟାଲ୍ ହସ୍ପିଟାଲ୍, କିଟ୍ ଛକ, କିଟ୍ କ୍ୟାଂପସ୍ ଗେଟ୍-୩, ଶିଶୁଭବନ ଛକ, ବାଣୀବିହାରଠାରୁ ଶିଶୁଭବନ, କ୍ୟାପିଟାଲ୍ ଛକ, ଶାସ୍ତ୍ରୀନଗର ଛକ, ରାଜମହଲ, ଟ୍ରାଇଡେଣ୍ଟ ହୋଟେଲ୍ ଓ ନାକାଗେଟ୍ ଟ୍ରାଫିକ୍ ପୋଷ୍ଟରେ କ୍ୟାମେରା ଖଞ୍ଜା ଯାଇଛି । ବହୁ ଲୋକେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ କେତେକ ଜରିମାନା ଅଧିକବୋଲି ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରିପୋର୍ଟର- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା ଏବଂ ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ ଏବଂ ସ୍ୱାତୀ ଜେନା