• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଆଇସକ୍ରିମ୍ ଖାଇ ୩ ଗାଁର ୫୦ରୁ ଅଧିକ ଅସୁସ୍ଥ। କୋରାପୁଟ ଜିଲ୍ଲାରେ ଏହି ଘଟଣା ଘଟିଛି। ଗତକାଲି ସେମିଳିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବଦଳିଗୁଡ଼ା, ଘାଟଗୁଡ଼ା, ବୁଧାରୀ ଗାଁକୁ ଆଇସକ୍ରିମ୍ ବିକାଳୀ ଯାଇଥିଲେ। ପ୍ରବଳ ଖରା ଯୋଗୁ ୩ ଗାଁର ମହିଳା ଓ ଶିଶୁମାନେ ଆଇସକ୍ରିମ୍ ଖାଇଥିଲେ।

ସୂଚନା ଅନୁସାରେ, କାଲି ରାତି ପ୍ରାୟ ୨ଟା ପରେ ପ୍ରାୟ ଆଇସକ୍ରିମ୍ ଖାଇଥିବା ସମସ୍ତଙ୍କୁ ଝାଡ଼ା ଓ ପ୍ରବଳ ବାନ୍ତି ହୋଇଥିଲା। ଏହାପରେ ପ୍ରାୟ ୪୦ ଜଣଙ୍କୁ ସୁନାବେଡ଼ା ଓ ୨୫ରୁ ଅଧିକ ଲୋକଙ୍କୁ ମାଥଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। 

ଚିକିତ୍ସା ପରେ ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଖବରପାଇ ପୋଟାଙ୍ଗି ବିଧାୟକ ହସ୍ପିଟାଲ୍‌ ଯାଇ ଅସୁସ୍ଥଙ୍କୁ ଭେଟି ଥିଲେ।

  • Reported by:
  • Surya Narayan Panda