• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କ୍ଷତିରେ ଚାଲିଛି ଓଏସ୍‌ଆର୍‌ଟିସି ବା ରାଜ୍ୟ ପରିବହନ ନିଗମ । ବର୍ଷକୁ ବର୍ଷ କମିଛି ଲାଭ । ଆୟ ତୁଳନାରେ ବ୍ୟୟ ଅଧିକ ଥିବାରୁ ସାଂଘାତିକ କ୍ଷତି ସହୁଛି ନିଗମ । ଲକ୍ଷେ କି କୋଟିଏ ନୁହେଁ, ଗତ ୨ ବର୍ଷରେ ପ୍ରାୟ ୨୦ କୋଟି କ୍ଷତି ହୋଇଥିବା ଓଟିଭି ହାତରେ ଲାଗିଛି ଦସ୍ତାବିଜ । ଆଉ ଏବେ ବି ପରିବହନ ନିଗମର ସମୁଦାୟ କ୍ଷତି ପ୍ରାୟ ୧୩୮ କୋଟି । ଗତ ୨ ବର୍ଷ ଧରି ମହାମାରୀ ଥିବା ସହ ଷ୍ଟାପ ନଥିବାରୁ କ୍ଷତି ହୋଇଥିବା କହିଛନ୍ତି ରାଜ୍ୟ ପରବିହନ ନିଗମର ଜିଏମ୍ ।

କ୍ଷତିରେ ପରିବହନ ନିଗମ । ନିୟମିତ କମି କମି ଚାଲିଛି ବାର୍ଷିକ ଲାଭ । ଆଉ ଗଲା ୨ ବର୍ଷରେ ତ ସାଂଘାତିକ କ୍ଷତି ସହିଛି ନିଗମ । ଗତ ୫ ବର୍ଷର ଆୟ ବ୍ୟୟର ହିସାବ ଉପରେ ୨୦୧-୧୬ରେ ୪ କୋଟି ୧୨ ଲକ୍ଷ, ୨୦୧୬-୧୭ରେ ମାତ୍ର ୫ ଲକ୍ଷ ୭ ହଜାର, ୨୦୧୭-୧୮ରେ ୨ କୋଟି ୪୭ ଲକ୍ଷ, ୨୦୧୮-୧୯ରେ ୩ କୋଟି ୫୩ ଲକ୍ଷ ଟଙ୍କା ନିଗମ ଲାଭ କରିଥିଲେ ମଧ୍ୟ କମିଚାଲିଛି ଲାଭର ପରିମାଣ ।

ତେବେ ୨୦୧୯-୨୦ ଏବଂ ୨୦୨୦-୨୧ ଏହି ଦୁଇ ବର୍ଷରେ ପ୍ରାୟ ୧୯ କୋଟି ୬୪ ଲକ୍ଷ କ୍ଷତି ସହିବାକୁ ପଡିଛି ନିଗମକୁ । ଆଉ ୨୦୨୧-୨୨ରେ ଅଡିଟ ସରିନଥିଲେ ମଧ୍ୟ କ୍ଷତି ହେବ ବୋଲି ଆକଳନ କରିଛି ନିଗମ । ଏମିତି କି ରାଜ୍ୟ ପରବିହନ ନିଗମର ମୋଟ କ୍ଷତି ପ୍ରାୟ ୧୮୩ କୋଟି ୫୬ ଲକ୍ଷ ଥିବା ମଧ୍ୟ ତଥ୍ୟରୁ ଜଣାପଡିଛି । ତେବେ ଏନେଇ ଜିଏମ୍‌କୁ ପଚାରିବାରୁ ସେ କହିଛନ୍ତି, ମୋଟ କ୍ଷତି ୨୦୦୯ ପୂର୍ବରୁ ଅଧିକ ଥିଲା, ଯାହା ବର୍ତ୍ତମାନ ଧୀରେ ଧୀରେ କମିଛି ଏବଂ ଗତ ୨ ବର୍ଷ ମହାମାରୀ ଥିବାରୁ ନିଗମ କ୍ଷତି ସହିଥିବା ସେ ମାନିଛନ୍ତି ।

ତେବେ ଆଗାମୀ ଦିନରେ ରାଜ୍ୟରେ ଅନେକ ବସ୍ ଷ୍ଟାଣ୍ଡ ଗୁଡିକରେ ଅଧିକ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରି କ୍ଷତି ଭରଣା କରିବାକୁ ନିଷ୍ପତ୍ତି ନିଆଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ଏହା ବାଦ୍ ୧୮୦ ଗୋଟି ନୂଆ ବସ୍ କିଣା ଯାଇଥିବା ବେଳେ, ଆଉଟ୍‌ସୋର୍ସିଂ ଜରିଆରେ ଷ୍ଟାପ ମଧ୍ୟ ନିଯୁକ୍ତ କରାଗଲାଣି । ତେଣୁ ଆଗାମୀ ଦିନରେ ଲାଭ ହେବ ବୋଲି ଆଶାବାଦୀ ଥିବା କହିଛନ୍ତି ନିଗମ ଜିଏମ୍ ବ୍ରଜ ଗୋପାଳ ଆଚାର୍ଯ୍ୟ ।

ପରିବହନ ନିଗମର ଲାଭ କମିବାର କାରଣ କଣ? କାହିଁକି ଏମିତି ଦେବାଳିଆ ସ୍ଥିତିରେ ନିଗମ? ଘରୋଇ ବସ ଗୁଡିକ ଲାଭରେ ଚାଲୁଥିବା ବେଳେ କାହିଁକି କ୍ଷତି ସହୁଛି ପରିବହନ ନିଗମ ? ଭିତ୍ତିଭୂମିର ଅଭାବ ନା ରହୁଛି ସରକାରଙ୍କ ଆନ୍ତରିକତା ଅଭାବ ? କାହିଁକି ସରକାରୀ ବସ୍ ଅପେକ୍ଷା ଘରୋଇ ବସକୁ ବାଛୁଛନ୍ତି ଲୋକେ ? ତେବେ ଯାତ୍ରୀଙ୍କ କହିବା କଥା ସରକାରୀ ବସ୍ ଗୁଡିକର ଟାଇମିଂ, ଭଡା ସୁବିଧା ହେଉନଥିବା ସହ ପ୍ରତିଦିନ ସେବା ଯୋଗାଇବାରେ ବିଫଳ ହେଉଥିବାରୁ ଆମେ ଘରୋଇ ବସ୍ ବାଛୁଛୁ ।

ତଥ୍ୟ କହୁଛି ରାଜ୍ୟ ପରିବହନ ନିଗମ ନିକଟରେ ୫୯୬ଟି ବସ୍ ଥିବା ବେଳେ ଏବେ ମାତ୍ର ୩୭୬ଟି ବସ୍ ଚାଲିଥିବା ବେଳେ ବିଭିନ୍ନ କାରଣ ପାଇଁ ଅଫ୍ ରୋଡ ରହିଛି । ପ୍ରାୟ ୨୨୦ଟି ବସ୍ ଯାତ୍ରୀ କମିବା ସହ ଶତ ପ୍ରତିଶତ ବସ୍ ଚଲାଇବାରେ ନିଗମ ବିଫଳତା ମଧ୍ୟ ଏକ ପ୍ରମୁଖ କାରଣ । ତେଣୁ ନିଗମର କ୍ଷତି ପଛରେ ପରିଚାଳନା ଗତ ତ୍ରୁଟି ମୁଖ୍ୟ କରାଣ ବୋଲି ଅଭିଯୋଗ କରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ତେବେ ଏହି ଅଭିଯୋଗକୁ ଖଣ୍ଡନ କରି ପରିବହନ ମନ୍ତ୍ରୀ କହିଛନ୍ତି ଯେ, କ୍ଷତି ଭରଣା ପାଇଁ ବିଭାଗ ବିଭିନ୍ନ ଯୋଜନା ହାତକୁ ନେଇଛି । ଏହା ସହ ଅଧିକ ବସ୍ ଚଲାଇବା ପାଇଁ ନୂଆ ରୁଟ ମଧ୍ୟ ଚିହ୍ନଟ ସରିଛି ।

୧୯୭୪ ମସିହା ମେ ୧୫ରେ ଗଠନ ହୋଇଥିଲା ରାଜ୍ୟ ପରବିହନ ନିଗମ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଅନୁଦାନରେ ଆରମ୍ଭ ହୋଇଥିଲା ଏହି ଅନୁଷ୍ଠାନ ।