Advertisment

ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ରାୟ- ଏଣିକି ବିବାହିତ ଝିଅ ବି ପାଇବେ ଅନୁକମ୍ପାମୂଳକ ନିଯୁକ୍ତି

ଚାକରିରେ ଥାଇ ଯଦି କୌଣସି ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ବିବାହିତା ଝିଅ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ। ଓଡ଼ିଶା ହାଇକୋର୍ଟ ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Orissa High Court Passes Now Married Daughter Are Liable To Get Ex Gratia

Orissa High Court Passes Now Married Daughter Are Liable To Get Ex Gratia

ଚାକରିରେ ଥାଇ ଯଦି କୌଣସି ସରକାରୀ କର୍ମଚାରୀଙ୍କର ମୃତ୍ୟୁ ଘଟେ, ତା’ହେଲେ ତାଙ୍କ ବିବାହିତା ଝିଅ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ। ଓଡ଼ିଶା ହାଇକୋର୍ଟ ଏହି ଐତିହାସିକ ରାୟ ପ୍ରଦାନ କରିଛନ୍ତି। ପୂର୍ବରୁ ଏହି ନିୟମ ଅନୁସାରେ, କେବଳ ପୁଅ କିମ୍ବା ଅବିବାହିତ ଝିଅ ଏହାର ସୁଯୋଗ ପାଉଥିଲେ। ବିବାହିତ ଝିଅଙ୍କ ନିଯୁକ୍ତିକୁ ନେଇ ସରକାରୀ ନିୟମରେ ଥିବା ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।

Advertisment

ବିବାହିତ ହୋଇଥିବା କାରଣରୁ ଜଣେ ଝିଅକୁ ଅନୁକମ୍ପାମୂଳକ ନିଯୁକ୍ତି ଦିଆନଯିବା ଏକ ମନମୁଖି ନିଷ୍ପତ୍ତି ଏବଂ ସମ୍ବିଧାନର ଧାରା ୧୪, ୧୫ ଏବଂ ୧୬(୨)କୁ ଉଲ୍ଲଂଘନ କରୁଛି ବୋଲି ହାଇକୋର୍ଟ କହିଛନ୍ତି। ଏନେଇ ବିବାହିତ ଝିଅଙ୍କ ନିଯୁକ୍ତିକୁ ବିଚାରକୁ ନନେବା ନୀତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। 

ଏଥିସହ ଥଇଥାନ ଯୋଜନାରେ ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ବାସନ୍ତୀ ନାୟକ ନାମକ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ରାୟ ଶୁଣାଇଛନ୍ତି।. 

Advertisment
Orissa High Court
Advertisment
Advertisment